ଥାନାରେ ପାରା, ଗୋଡ଼ରେ ବ୍ଲୁ ରିଙ୍ଗ୍; ‘BRN 2026 701831’ ନମ୍ବରକୁ ନେଇ ତଦନ୍ତ
News Summary
ବେତନଟୀ ବୈଶିଙ୍ଗା ଥାନା ଅଞ୍ଚଳର କଷିପଦା ଗ୍ରାମରୁ ବ୍ଲୁ ରିଙ୍ଗ୍ ଲାଗିଥିବା ପାରା ଉଦ୍ଧାର। ‘BRN 2026 701831’ ନମ୍ବରକୁ ନେଇ ପୋଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ବେତନଟୀ: ୧୫/୯: ବେତନଟୀ ବ୍ଲକ୍ ଅନ୍ତର୍ଗତ ବୈଶିଙ୍ଗା ଥାନା ଅଞ୍ଚଳର କଷିପଦା ଗ୍ରାମରୁ ଏକ ସନ୍ଦେହଜନକ ପାରା ଉଦ୍ଧାର ହୋଇଛି। ପାରାଟିର ଡାହାଣ ଗୋଡ଼ରେ ଏକ ବ୍ଲୁ ରଙ୍ଗର ରିଙ୍ଗ୍ ଲାଗିଥିବାରୁ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।ମଙ୍ଗଳବାର ଅପରାହ୍ନରେ କଷିପଦା ଗ୍ରାମର ହରିଶଚନ୍ଦ୍ର ପୁହାଣଙ୍କ ଘର ବାଡ଼ିରେ ଲାଗିଥିବା ଏକ ଜାଲରେ ପାରାଟି ବସିଥିଲା। ପାରାଟିର ଗୋଡ଼ରେ ବ୍ଲୁ ରଙ୍ଗର ରିଙ୍ଗ୍ ଲାଗିଥିବା ଦେଖି ଘରଲୋକେ ତାକୁ ଧରିଥିଲେ।ପରେ ରିଙ୍ଗ୍ଟିକୁ ଯାଞ୍ଚ କରିବାରୁ ସେଥିରେ ‘BRN 2026 701831’ ଲେଖା ଥିବା ଜଣାପଡ଼ିଥିଲା। ଏହାକୁ ନେଇ ସନ୍ଦେହ ହେବାରୁ ପାରାଟିକୁ ବୈଶିଙ୍ଗା ଥାନାକୁ ନେଇଯାଇଥିଲେ।ଘଟଣା ସମ୍ପର୍କରେ ବେତନଟୀ ଏସ୍ଡିପିଓ ଓ ବୈଶିଙ୍ଗା ଥାନା ଆଇଆଇସି ପାରାଟିର ଗୋଡ଼ରେ ଲାଗିଥିବା ରିଙ୍ଗ୍ ଏବଂ ଏଥିରେ ଲେଖା ଥିବା ନମ୍ବରକୁ ନେଇ ତଦନ୍ତ ଜାରି ରଖିଛନ୍ତି।ପାରାଟି ବାଂଲାଦେଶରୁ ଆସିଥିବା ପାରା ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ରିଙ୍ଗ୍ର ନମ୍ବର ଏବଂ ପାରାଟିର ଉତ୍ସ ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
