ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ଘଟଣାରେ ଛାନଭିନ୍, ମାନସିକ ଚାପ ଅଭିଯୋଗକୁ DFOଙ୍କ ଖଣ୍ଡନ
News Summary
ବଲାଙ୍ଗୀରରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ଘଟଣାରେ ଛାନଭିନ୍ ଜାରି। ପରିବାରର ମାନସିକ ଚାପ ଅଭିଯୋଗକୁ DFO ଖଣ୍ଡନ କରିଛନ୍ତି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବଲାଙ୍ଗୀର, ୨୧/୦୯: ବଲାଙ୍ଗୀର ସଦର ରେଞ୍ଜ କାର୍ଯ୍ୟାଳୟ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଛାନଭିନ୍ ଜାରି ରହିଛି। ତାଙ୍କ ମୃତ୍ୟୁ ପଛରେ କାର୍ଯ୍ୟକ୍ଷେତ୍ରର ମାନସିକ ଚାପ ଓ ନିର୍ଯାତନା ଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ DFO ଖଣ୍ଡନ କରିଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ବ୍ୟାସଦେବ ସାହୁ ବଲାଙ୍ଗୀର ସଦର ରେଞ୍ଜ ଷ୍ଟାଫ୍ କ୍ୱାର୍ଟର୍ସରେ ଏକା ରହୁଥିଲେ। ରବିବାର ଛୁଟିଦିନ ଥିବାରୁ ସେ ଘରୁ ବାହାରି ନଥିଲେ। ଅପରାହ୍ନରେ ଅନ୍ୟ କର୍ମଚାରୀମାନେ ତାଙ୍କ ଘରର କବାଟ ବନ୍ଦ ଥିବା ଦେଖି ଡାକିଥିଲେ। ଦୀର୍ଘ ସମୟ ଧରି କୌଣସି ଉତ୍ତର ନମିଳିବା ପରେ କବାଟ ଖୋଲାଯାଇଥିଲା। ଏହାପରେ ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ଘଟଣା ପରେ ପୁଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ନେଇ ବିଭିନ୍ନ ଦିଗରୁ ଛାନଭିନ୍ କରାଯାଉଛି।ଅନ୍ୟପକ୍ଷରେ, ବ୍ୟାସଦେବଙ୍କ ଭାଇ ବଲଦେବ ଓ ସୁକଦେବ ଅଭିଯୋଗ କରିଛନ୍ତି ଯେ, ଗତ କିଛି ମାସ ଧରି ବ୍ୟାସଦେବ ବିଭାଗୀୟ ମାନସିକ ଚାପରେ ରହିଥିଲେ। ବରିଷ୍ଠ ଅଧିକାରୀଙ୍କ ଚାପ ଓ ନିର୍ଯାତନା ଯୋଗୁଁ ସେ ଚିନ୍ତାରେ ଥିବା ପରିବାର ପକ୍ଷରୁ ଦାବି କରାଯାଇଛି।ତେବେ ପରିବାରର ଏହି ଅଭିଯୋଗକୁ DFO ଖଣ୍ଡନ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣା ସମ୍ପର୍କିତ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)