ଭିଜିଲାନ୍ସ ଜାଲରେ PEO କାର୍ତ୍ତିକେଶ୍ୱର ବେହେରା, ୩ଟି ଠିକଣାରେ ଏକକାଳୀନ ଚଢ଼ାଉ
News Summary
ବରଗଡ଼ ଗାଇସିଲେଟ ବ୍ଲକର PEO କାର୍ତ୍ତିକେଶ୍ୱର ବେହେରାଙ୍କ ୩ଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବରଗଡ଼, ୨୨/୦୯: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୋରୁ ତାଙ୍କ ସହ ସମ୍ପର୍କିତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି।ସୂଚନା ଅନୁସାରେ, କାର୍ତ୍ତିକେଶ୍ୱର ବେହେରା ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ, କଟାବାହାଲ ଓ ଗଉରେନମୁଣ୍ଡା ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି। ଆଜି ଭୋରୁ ଭିଜିଲାନ୍ସ ଟିମ୍ ତାଙ୍କର ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି।ଭିଜିଲାନ୍ସ ଟିମ୍ ପକ୍ଷରୁ ସରକାରୀ ବାସଭବନ, କନ୍ଧାଗାର୍ଡସ୍ଥିତ ନିଜ ଘର ଏବଂ କାର୍ଯ୍ୟାଳୟରେ କାଗଜପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।ଆୟ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଏହାଛଡ଼ା, ବ୍ଲକର ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବା ସମ୍ପର୍କିତ ଅଭିଯୋଗ ପୂର୍ବରୁ ତାଙ୍କ ନାଁରେ ହୋଇଥିବା ମଧ୍ୟ ସୂଚନା ମିଳିଛି।ତେବେ ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ମିଳିଛି, ସେନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ। ଯାଞ୍ଚ ଶେଷ ପରେ ଏନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିପାରେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)