ପାଟଣା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ୧୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
News Summary
ପାଟଣା ବ୍ଲକରେ ତିନିଦିନିଆ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ। ୧୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୧/୯: ପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତିନିଦିନିଆ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ, କେନ୍ଦେଇପଶି ଖେଳ ପଡ଼ିଆରେ ଉଦଘାଟିତ ହୋଇଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଆମାନ୍ତ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ଏବିଇଓ ସଚ୍ଚିଦାନନ୍ଦ ସେଠୀ ଏବଂ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ମୁଣ୍ଡାଙ୍କ ସମେତ ଅନ୍ୟ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନେ ଉଦଘାଟନୀ ପର୍ବରେ ସାମିଲ ହୋଇଥିଲେ।ପ୍ରଥମ ଦିନରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ୧୦୦ ମିଟରରୁ ୮୦୦ ମିଟର, ୧୫୦୦ ମିଟର ଓ ୩୦୦୦ ମିଟର ଦୌଡ଼ ସହ ସଟ୍ପୁଟ୍, ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ ଭଳି ବିଭିନ୍ନ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।
ଆସନ୍ତା ୨୨ ତାରିଖରେ ଫୁଟବଲ, ଖୋଖୋ, ବ୍ୟାଡମିଣ୍ଟନ ଓ ଚେସ୍ ପ୍ରତିଯୋଗିତା ଏବଂ ୨୩ ତାରିଖରେ କ୍ରିକେଟ, କବାଡି, ଭଲିବଲ୍ ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବିଭିନ୍ନ ଆଞ୍ଚଳିକ ସାଧାରଣ କେନ୍ଦ୍ରର ସମ୍ପାଦକ ଓ କ୍ରୀଡ଼ା ଶିକ୍ଷକମାନେ ଏହି ପ୍ରତିଯୋଗିତାର ପରିଚାଳନା ଦାୟିତ୍ୱ ନେଇଛନ୍ତି।ତେବେ ପ୍ରଥମ ଦିନରେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଓ ପାଣି ବୋତଲ ଦିଆଯାଇନଥିବା ନେଇ ଅଭିଯୋଗ ହୋଇଛି। କେବଳ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ସୂଚନା ମିଳିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)