ଘଟଗାଁର କବି ପ୍ରତାପ ମହାନ୍ତଙ୍କୁ ସମ୍ବର୍ଦ୍ଧନା, ସାହିତ୍ୟ ଜଗତରେ ଖୁସି
News Summary
କେନ୍ଦୁଝର ଜିଲ୍ଲା ଘଟଗାଁର କବି, ଗାଳ୍ପିକ ଓ ସମାଜସେବୀ ପ୍ରତାପ ମହାନ୍ତଙ୍କୁ ସମ୍ବାଦ ସାହିତ୍ୟ ଘର ହରିଚନ୍ଦନପୁର ଶାଖାର ଦ୍ୱାଦଶତମ ବାର୍ଷିକୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୧୧/୧୦: କେନ୍ଦୁଝର ଜିଲ୍ଲା ଘଟଗାଁର ବିଶିଷ୍ଟ କବି, ଗାଳ୍ପିକ, ସମାଜସେବୀ ତଥା ଶିଶୁ ସାହିତ୍ୟିକ ପ୍ରତାପ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବାଦ ସାହିତ୍ୟ ଘରର ହରିଚନ୍ଦନପୁର ଶାଖାର ଦ୍ୱାଦଶତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ ସାହିତ୍ୟ ସଭାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ବିଶିଷ୍ଟ ଶିକ୍ଷାବିତ୍ ଡଃ କଳ୍ପନା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡଃ ଫନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଇଂ. ସରୋଜ ମହାପାତ୍ର ସମ୍ମାନିତ ଅତିଥି, ଇଂ. ଯାମିନୀକାନ୍ତ ଦାଶ ମୁଖ୍ୟବକ୍ତା ଏବଂ ବିଶିଷ୍ଟ କବି ଅଶୋକ କୁମାର ପୁହାଣ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥିମାନେ କବି ପ୍ରତାପ ମହାନ୍ତଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପ୍ରତାପ ମହାନ୍ତ ଜଣେ କବି, ଗାଳ୍ପିକ, ସ୍ତମ୍ଭକାର, ସମ୍ପାଦକ, ସଂଗଠକ, ପ୍ରବଚକ ତଥା ସମାଜ ସଂସ୍କାରକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ସାହିତ୍ୟ ଓ ସାମାଜିକ କାର୍ଯ୍ୟ ପାଇଁ ଏହି ସମ୍ବର୍ଦ୍ଧନା ସାହିତ୍ୟ ମହଲରେ ଗୁରୁତ୍ୱ ବହନ କରୁଛି।
Tags:କେନ୍ଦୁଝର/ଘଟଗାଁ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।