ତେନ୍ତଳାରେ ଅଙ୍ଗନବାଡ଼ି ଗୃହ ଭାଙ୍ଗିଲେ ୨୬ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଫସଲ
News Summary
କେନ୍ଦୁଝର ପାଟଣା ବନାଞ୍ଚଳର ତେନ୍ତଳାରେ ୨୬ ଟିକିଆ ହାତୀପଲ ଅଙ୍ଗନବାଡ଼ି ଗୃହ ଓ ନଳକୂପ ଭାଙ୍ଗିବା ସହ ବିଭିନ୍ନ ଗ୍ରାମରେ ଧାନ ଫସଲ ନଷ୍ଟ କରିଛନ୍ତି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଖିରେଇଟାଙ୍ଗିରି, ୧୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରି ସେକ୍ସନରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତରାତିରେ ୨୬ ଟିକିଆ ହାତୀପଲ ତେନ୍ତଳା ଗ୍ରାମରେ ଥିବା ଅଙ୍ଗନବାଡ଼ି ଗୃହ ଭାଙ୍ଗିବା ସହ ପରିସରରେ ଥିବା ନଳକୂପକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।ସୂଚନା ଅନୁଯାୟୀ, ହାତୀପଲ ଡୁମୁରିଗୋଡ଼ା, କଇଣ୍ଡା, ତୁରୁମୁଙ୍ଗା ଓ ତେନ୍ତଳା ଆଦି ଗ୍ରାମର ବିଭିନ୍ନ ଚାଷଜମିରେ ପଶି ଧାନ ଫସଲ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ପରେ ହାତୀପଲଟି ଚମ୍ପୁଆ ବନାଞ୍ଚଳକୁ ଚାଲିଯାଇଥିବା ଜଣାପଡ଼ିଛି। ହାତୀପଲଙ୍କ ଏହି ଉପଦ୍ରବ ଯୋଗୁଁ ଅଞ୍ଚଳରେ ଫସଲ ଓ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।