ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣା ବ୍ଲକ ପାଇଁ ଗୌରବ: ଇଟାଲୀର ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ିବେ ମଲ୍ଲିପଶିର ସିଦ୍ଧାର୍ଥ ସାରଥୀ ବେଜ୍

News Summary

ଆଇଏମ୍‌ଏଟି-୨୦୨୬ ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳ ସିଦ୍ଧାର୍ଥ ବେଜ। ଇଟାଲୀର ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ିବାକୁ ପାଇବେ ସ୍କଲାରସିପ୍।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୯/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମ ପାଇଁ ଆଣିଛନ୍ତି ଗୌରବ। ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (IMAT-2026)ରେ ସଫଳତା ହାସଲ କରି ଇଟାଲୀର ଐତିହାସିକ ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ପି.ଡି. ସିଦ୍ଧାର୍ଥ ସାରଥୀ ବେଜ୍। ତାଙ୍କର ଏହି ସଫଳତାରେ ପାଟଣା ବ୍ଲକ ସମେତ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।ସିଦ୍ଧାର୍ଥ ମଲ୍ଲିପଶି ଗ୍ରାମର ଶିକ୍ଷକ ପାର୍ଥସାରଥୀ ବେଜ୍ ଓ ଶିକ୍ଷୟିତ୍ରୀ ଦୀପ୍ତିମୟୀ ବେଜ୍‌ଙ୍କ ସୁପୁତ୍ର। ସେ ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା IMAT-2026ରେ କୃତିତ୍ୱ ଅର୍ଜନ କରିବା ସହ ସ୍କଲାରସିପ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାଦ୍ୱାରା ତାଙ୍କର ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ସ୍ୱପ୍ନ ସାକାର ହେବାକୁ ଯାଉଛି।ଇଟାଲୀର ପ୍ରସିଦ୍ଧ ମେସିନା ବିଶ୍ୱବିଦ୍ୟାଳୟ (University of Messina), ଯାହା ୧୫୪୮ ମସିହାରେ ପ୍ରତିଷ୍ଠିତ, ସେଠାରେ ତାଙ୍କର ଡାକ୍ତରୀ ପାଠପଢ଼ା ପାଇଁ ନାମଲେଖା ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ପଠାଯାଇଥିବା ଇ-ମେଲ୍‌ରେ ତାଙ୍କର ନାମଲେଖା ସମ୍ପର୍କିତ ସୂଚନା ମିଳିଥିବା ପରିବାର ପକ୍ଷରୁ କୁହାଯାଇଛି।ସିଦ୍ଧାର୍ଥଙ୍କ ଏହି ଆନ୍ତର୍ଜାତୀୟ ସଫଳତା ମଲ୍ଲିପଶି ଗ୍ରାମ ସହ ପାଟଣା ବ୍ଲକ ଓ କେନ୍ଦୁଝର ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଅଧ୍ୟବସାୟ, ନିଷ୍ଠା ଓ ଲକ୍ଷ୍ୟ ପ୍ରତି ସମର୍ପଣ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରାଯାଇପାରିବ ବୋଲି ତାଙ୍କର ଏହି ସଫଳତା ପ୍ରମାଣିତ କରିଛି।ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହୋଇ ଦୁଃଖୀ ଓ ଅସହାୟ ରୋଗୀଙ୍କ ସେବା କରିବା ସହ କେନ୍ଦୁଝର, ଓଡ଼ିଶା ଏବଂ ଭାରତର ସୁନାମ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରନ୍ତୁ ବୋଲି ପରିବାରବର୍ଗ ଓ ଶୁଭେଚ୍ଛୁମାନେ କାମନା କରିଛନ୍ତି। ଏଥିସହ ଜଗତଜନନୀ ମା’ ତାରିଣୀ ଓ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି।ସିଦ୍ଧାର୍ଥଙ୍କ ଏହି ସଫଳତା ପାଟଣା ବ୍ଲକ ତଥା କେନ୍ଦୁଝର ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।