ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

୪୬ ବର୍ଷରେ କମାରଗୋଡ଼ା ମହାଲକ୍ଷ୍ମୀ ପୂଜା, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି କେନ୍ଦୁଝର ସହର

News Summary

କେନ୍ଦୁଝର ସହରର କମାରଗୋଡ଼ା ମହାଲକ୍ଷ୍ମୀ ପୂଜା ୪୬ ବର୍ଷରେ ପଦାର୍ପଣ କରିଛି। ଆଲୋକମାଳା, ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭକ୍ତଙ୍କ ସମାଗମରେ ଉତ୍ସବମୁଖର ଅଞ୍ଚଳ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର, ୨୯/୧୦: କେନ୍ଦୁଝର ସହରର ପ୍ରସିଦ୍ଧ କମାରଗୋଡ଼ା ମହାଲକ୍ଷ୍ମୀ ପୂଜା ଚଳିତ ବର୍ଷ ୪୬ ବର୍ଷରେ ପଦାର୍ପଣ କରିଛି। ଗତ ରବିବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ଝଲସୁଛି ସମଗ୍ର ଅଞ୍ଚଳ।କମାରଗୋଡ଼ା ମହାଲକ୍ଷ୍ମୀ କଲଚରାଲ କ୍ଲବ ପକ୍ଷରୁ ଆୟୋଜିତ ଏହି ପୂଜାରେ ମା’ ଗଜଲକ୍ଷ୍ମୀଙ୍କୁ ପ୍ରତିଦିନ ବିଭିନ୍ନ ରୀତିନୀତି ଅନୁଯାୟୀ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି।ପୂଜା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କମାରଗୋଡ଼ାଠାରୁ ଏକ କିଲୋମିଟରରୁ ଅଧିକ ରାସ୍ତାକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ସୁନ୍ଦର ତୋରଣରେ ସଜ୍ଜିତ କରାଯାଇଛି। ଏହି ଆଲୋକସଜ୍ଜା ଓ ଆକର୍ଷଣୀୟ ପୂଜାମଣ୍ଡପ ଶ୍ରଦ୍ଧାଳୁଙ୍କ ମନ ମୋହୁଛି।ପୂଜାକୁ ସଫଳ ଓ ସୁବ୍ୟବସ୍ଥିତ କରିବା ପାଇଁ କ୍ଲବର ସଭାପତି ଜ୍ଞାନରଞ୍ଜନ ଦାସ, ସମ୍ପାଦକ କିଶୋର କୁମାର ଜେନା, କୋଷାଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ସମେତ ଜିତେନ୍ଦ୍ର କୁମାର ଦାସ, ମନରଞ୍ଜନ ଜେନା, ବଂଶୀଧର ସାହୁ, ଶଶୀଭୂଷଣ ସାହୁ ଓ ଡା. ଚିନ୍ମୟ ସାହୁ ପ୍ରମୁଖ ଉଦ୍ୟମ ଜାରି ରଖିଛନ୍ତି।କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହାଲକ୍ଷ୍ମୀ ପୂଜା ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ। ରବିବାର ଦିନ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ୪୬ ବର୍ଷର ଏହି ପାରମ୍ପରିକ ପୂଜା ମାଧ୍ୟମରେ କମାରଗୋଡ଼ା ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ସାଂସ୍କୃତିକ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।