ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

କେନ୍ଦୁଝରରେ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କ ଜିଲ୍ଲାସ୍ତରୀୟ ସମାବେଶ

News Summary

କେନ୍ଦୁଝରରେ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରୀ-କର୍ମଚାରୀଙ୍କ ବନ୍ଧୁମିଳନ ଓ ସମାବେଶ। ଅବଦାନ ପାଇଁ ସମ୍ମାନିତ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୨/୧୦: କେନ୍ଦୁଝର ଜିଲ୍ଲା ମତ୍ସ୍ୟ ବିଭାଗରୁ କାର୍ଯ୍ୟନିବୃତ୍ତ ତଥା ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ ବନ୍ଧୁମିଳନ ଓ ସମାବେଶ ଶୁକ୍ରବାର ଦିଗଦନ ମତ୍ସ୍ୟ ଫାର୍ମର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କେନ୍ଦୁଝର ଜିଲ୍ଲାର ମତ୍ସ୍ୟ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବହୁ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇଥିଲେ।କାର୍ଯ୍ୟକ୍ରମରେ କେନ୍ଦୁଝର ଜୋନ୍‌ର ଉପ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ ଏବଂ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଯୋଗଦେଇଥିଲେ। ଅବସରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ସରୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।କେନ୍ଦୁଝରର ଆରାଧ୍ୟ ଦେବୀ ମା’ ତାରିଣୀ ଓ ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା। ଏହାପରେ ମତ୍ସ୍ୟ ବିଭାଗର ଦିବଂଗତ ଅଧିକାରୀ ଓ କର୍ମଚାରୀଙ୍କ ସ୍ମୃତିରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।ଉପ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ ନିଜ ବକ୍ତବ୍ୟରେ ମତ୍ସ୍ୟ ବିଭାଗର ବିକାଶରେ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଏଭଳି ବୈଠକ ଆୟୋଜନ ଜିଲ୍ଲାରେ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ।
ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦାସ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ପରିବାରର ମଙ୍ଗଳ କାମନା କରିଥିଲେ। ରାଜେନ୍ଦ୍ର ପାତ୍ର ବରିଷ୍ଠ ନାଗରିକଙ୍କ ଉନ୍ନତ ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କରେ ମତ ରଖିଥିଲେ।ଅବସରପ୍ରାପ୍ତ ଅଧିକାରୀ ଅରବିନ୍ଦ ଦାସ, ପ୍ରମଥ କୁମାର ମହାପାତ୍ର, ଜନାର୍ଦ୍ଦନ ରାମ ଓ ଜ୍ଞାନେନ୍ଦ୍ର କୁମାର ରଥ ଏଭଳି ବନ୍ଧୁମିଳନ ଓ ସମାବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମାବେଶରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସହ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ।ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ଦାସ, ସରୋଜ କୁମାର ସାହୁ, ଅରବିନ୍ଦ ଦାସ, ଜନାର୍ଦ୍ଦନ ଦାସ, ପ୍ରମଥ କୁମାର ମହାପାତ୍ର, ଭରତ ନାୟକ, ବାୟା ସିଂହ, ବିରେନ୍ଦ୍ର ନାଥ ସାହୁ, ବ୍ରହ୍ମାନନ୍ଦ ପଧାନ ଓ ଅଶୋକ ଜେନାଙ୍କୁ ବିଭାଗ ପ୍ରତି ସେମାନଙ୍କ ଅବଦାନ ପାଇଁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଶେଷରେ ଅରବିନ୍ଦ ଦାସ କାର୍ଯ୍ୟକ୍ରମରେ ଯୋଗଦାନ ଓ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।