ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ
News Summary
ପାଟଣା କଲେଜ ନିର୍ବାଚନରେ ଏବିଭିପିର ଶକ୍ତି ପ୍ରଦର୍ଶନ। ଶୋଭାଯାତ୍ରା ଓ ପ୍ରଚାର ସହ ଗୁପଚୁପ, ଆଇସକ୍ରିମ ଓ ବିରିୟାନି ଚର୍ଚ୍ଚାରେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୩/୧୦: ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ନିର୍ବାଚନୀ ପ୍ରଚାର ଆୟୋଜନ କରାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସଂଗଠନ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଥିଲା।
ବାବା ଆନନ୍ଦେଶ୍ୱରଙ୍କ ଦର୍ଶନ ପରେ ବଜାର ପରିକ୍ରମା
ଏବିଭିପିର ଏହି ଶୋଭାଯାତ୍ରା କଲେଜ ପରିସରରୁ ବାହାରି ପାଟଣାର ପ୍ରସିଦ୍ଧ ବାବା ଆନନ୍ଦେଶ୍ୱର ମନ୍ଦିର ଅଭିମୁଖେ ଯାଇଥିଲା। ସେଠାରେ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା ପରେ ଶୋଭାଯାତ୍ରା ପାଟଣା ବଜାର ପରିକ୍ରମା କରି ପୁନର୍ବାର କଲେଜ କ୍ୟାମ୍ପସରେ ପହଞ୍ଚିଥିଲା।ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ସଂଗଠନର ପତାକା ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ପାଟଣା ଅଞ୍ଚଳରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଥିଲା।
ଶିକ୍ଷା, ପାଠାଗାର ଓ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ୱ
ଚଳିତ ଛାତ୍ର ସଂସଦ ନିର୍ବାଚନରେ କଲେଜର ଶୈକ୍ଷିକ ପରିବେଶକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ, ପାଠାଗାରର ଆଧୁନିକୀକରଣ ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକୁ ପ୍ରମୁଖ ପ୍ରସଙ୍ଗ ଭାବେ ଉପସ୍ଥାପନ କରାଯାଉଛି।ନିର୍ବାଚନୀ ପ୍ରଚାର ଓ ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପାଟଣା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ନିର୍ବାଚନୀ ପ୍ରଚାରରେ ଗୁପଚୁପ, ଆଇସକ୍ରିମ ଓ ବିରିୟାନି ଚର୍ଚ୍ଚା
ଅନ୍ୟପକ୍ଷରେ, ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ବାହାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ବିଭିନ୍ନ ଛାତ୍ରନେତା ନିର୍ବାଚନୀ ପ୍ରଚାର ସମୟରେ ଛାତ୍ରଛାତ୍ରୀଙ୍କୁ ଗୁପଚୁପ, ଆଇସକ୍ରିମ ଓ ବିରିୟାନି ଖାଇବାକୁ ଦେଇ ନିଜ ଆଡ଼କୁ ଆକୃଷ୍ଟ କରିବା ସହ ଭୋଟ ଦେବାକୁ ନିବେଦନ କରୁଥିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି।କଲେଜ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା, ଶିକ୍ଷାର ମାନ ଓ କଲେଜର ଭିତ୍ତିଭୂମି ଉନ୍ନତି କେଉଁ ପ୍ରାର୍ଥୀଙ୍କ ପ୍ରଚାରରେ କେତେ ଗୁରୁତ୍ୱ ପାଉଛି, ତାହା ଏବେ ଆଲୋଚନାର ବିଷୟ ପାଲଟିଛି।
Tags:ରାଜନୀତି
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।