ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଢେଙ୍କିକୋଟ ଶ୍ରୀ ଦୁର୍ଗା ପୂଜା କମିଟିର ସମ୍ବର୍ଦ୍ଧନା ସମାରୋହ, ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ

News Summary

କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ଶ୍ରୀ ଦୁର୍ଗା ପୂଜା କମିଟି ପକ୍ଷରୁ ବିଜୟା ଦଶମୀ ସମାରୋହ ଓ ରାବଣ ପୋଡ଼ି ଆୟୋଜିତ। ସେବା କ୍ଷେତ୍ରରେ ୪ ଜଣଙ୍କୁ ସମ୍ବର୍ଦ୍ଧନା।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୧/୧୦: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟର ପୁରାତନ ଶ୍ରୀ ଦୁର୍ଗା ପୂଜା କମିଟି ପକ୍ଷରୁ ବିଜୟା ଦଶମୀ ଉପଲକ୍ଷେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।କମିଟିର ସଭାପତି ସନ୍ତୋଷ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ବିଜୟା ଦଶମୀର ଅନ୍ତିମ ସନ୍ଧ୍ୟାରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ପ୍ରଫେସର ରଞ୍ଜନ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ ମୁକ୍ତିକାନ୍ତ ନାୟକ ବିଜେପି ରାଜ୍ୟ ସମ୍ପାଦିକା ମମତା ସିଂ ଓ ଘଟଗାଁ ପୋଲିସ ଉପଖଣ୍ଡ ଅଧିକାରୀ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ। ଅତିଥିମାନେ ଉପସ୍ଥିତ ଜନସାଧାରଣଙ୍କୁ ବିଜୟା ଦଶମୀର ବାର୍ତ୍ତା ପ୍ରଦାନ କରିଥିଲେ।ସମାରୋହରେ ସମାଜସେବା ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀରର ସାମାଜିକ କର୍ମୀ ତଥା ଆଇନଜୀବୀ ନନ୍ଦିନୀ ଶତପଥୀ, ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା, ସେବା ଫାଉଣ୍ଡେସନର ଡ. ସତ୍ୟବ୍ରତ ସାହୁ ଏବଂ ଲଙ୍ଗଳକଣ୍ଟି ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସିଂଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଅମର ସିଂଙ୍କ ସମେତ ପୀତବାସ ପଟ୍ଟନାୟକ, ପ୍ରଦୀପ ବେହେରା, ବୀରେନ୍ଦ୍ର ସିଦ୍ଧୁ, ଲକ୍ଷ୍ମୀଧର ରଣା, ପୂର୍ଣ୍ଣଚନ୍ଦ୍ର ବେହେରା, ଅଜୟ କୁମାର ସାହୁ ଓ ଅଭିମନ୍ୟୁ ରାଉତ ପ୍ରମୁଖ ଉପସ୍ଥିତ ରହି ସମାରୋହର ସଫଳ ପରିଚାଳନାରେ ସହଯୋଗ କରିଥିଲେ।ଢେଙ୍କିକୋଟର ଏହି ଆୟୋଜନ ମାଧ୍ୟମରେ ସେବା ଓ ସମାଜ ପ୍ରତି ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହ ବିଜୟା ଦଶମୀର ଉତ୍ସବମୁଖର ପରିବେଶକୁ ଆହୁରି ଆକର୍ଷଣୀୟ କରାଯାଇଥିଲା।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।