କେନ୍ଦୁଝରଗଡ଼ରେ ଗାନ୍ଧୀ ଜୟନ୍ତୀରେ ରେଳ କର୍ମଚାରୀଙ୍କ ସଫେଇ ଅଭିଯାନ
News Summary
କେନ୍ଦୁଝରଗଡ଼ରେ ଗାନ୍ଧୀ ଜୟନ୍ତୀରେ ରେଳ କର୍ମଚାରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ, କ୍ରୁ ଲବି ଓ ଆଖପାଖ ଅଞ୍ଚଳରେ ସଫେଇ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅଧୀନ କେନ୍ଦୁଝରଗଡ଼ ରେଳ ଷ୍ଟେସନ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି। ରେଳ ଚାଳକ ଓ କର୍ମଚାରୀମାନେ ଏହି ସଫେଇ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।ଶୁକ୍ରବାର ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ସିସି ଅଫିସ୍ ପରିସରରେ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଅବସରରେ କ୍ରୁ ଲବି ସମେତ ଏହାର ଆଖପାଖ ଅଞ୍ଚଳରୁ ଆବର୍ଜନା ସଂଗ୍ରହ କରାଯାଇ ପରିସରକୁ ସଫା କରାଯାଇଥିଲା।ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତାର ବାର୍ତ୍ତାକୁ ଆଗକୁ ନେବା ସହ ତାଙ୍କ ପ୍ରତି ଏହି ସଫେଇ ଅଭିଯାନ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ କର୍ମଚାରୀମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ କର୍ମୀଦଳ ନିୟନ୍ତ୍ରକ ତଥା ସିଏଲଆଇ ବିମଳ ଏକ୍କା, କର୍ମୀଦଳ ନିୟନ୍ତ୍ରକ ନବୀନ କୁମାର ପଲେଇ, ଲୋକୋ ପାଇଲଟ୍ ଜଗଦୀଶ ସାମଲ, ନରୋତ୍ତମ ମହାନ୍ତ, ପ୍ରମୋଦ କୁମାର, ପି.କେ. ଜେନା, ବିଷ୍ଣୁ ପ୍ରସାଦ ମହାନ୍ତ ଏବଂ ସହ ଚାଳକ ସୁନୀଲ କୁମାର ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ସମସ୍ତେ ମିଳିମିଶି ଆବର୍ଜନା ସଂଗ୍ରହ କରି କେନ୍ଦୁଝରଗଡ଼ ରେଳ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।