ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣା ଓ ସାହାରପଡ଼ାର ବିଭିନ୍ନ ଏକଲ ବିଦ୍ୟାଳୟରେ କନ୍ୟା ପୂଜନ ଓ ଶସ୍ତ୍ର ପୂଜନ

News Summary

: କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ଏକଲ ବିଦ୍ୟାଳୟରେ ବିଜୟା ଦଶମୀ ଅବସରରେ କନ୍ୟା ପୂଜନ ଓ ଶସ୍ତ୍ର ପୂଜନ ଅନୁଷ୍ଠିତ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୧/୧୦: ବିଜୟା ଦଶମୀ ଅବସରରେ କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ଏକଲ ବିଦ୍ୟାଳୟରେ କନ୍ୟା ପୂଜନ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶିଶୁକନ୍ୟାମାନଙ୍କୁ ନବଦୁର୍ଗାଙ୍କ ନଅଟି ରୂପରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହା ମାଧ୍ୟମରେ ନାରୀଶକ୍ତିର ସମ୍ମାନ, ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ କନ୍ୟାଶିକ୍ଷାର ଗୁରୁତ୍ୱ ଉପରେ ବାର୍ତ୍ତା ଦିଆଯାଇଥିଲା।ପାଟଣା ବ୍ଲକର କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ମହିଷାମୁଣ୍ଡି ହାତିବାରୀ ସାହିସ୍ଥିତ ଏକଲ ବିଦ୍ୟାଳୟରେ ଦେବୀ ପୂଜା ସହ କନ୍ୟା ପୂଜନ ଓ ଶସ୍ତ୍ର ପୂଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଖାତା, କଲମ ଓ ପେନସିଲ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅଞ୍ଚଳର ମହିଳା ପ୍ରମୁଖ ମାୟାରାଣୀ ପୃଷ୍ଟି, ସଞ୍ଚ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ, ସଂସ୍କାର ପ୍ରମୁଖ ମିତ୍ରଭାନୁ ନାଏକ, ଯୁବା ପ୍ରମୁଖ ବିଜୟ କୁମାର ମହାନ୍ତ, ଅଭିଭାବିକା ରଞ୍ଜିତା ମହାନ୍ତ, ଅଞ୍ଚଳ ପ୍ରଶିକ୍ଷକ ହେମଲତା ମହାନ୍ତ, ସଞ୍ଚ ପ୍ରଶିକ୍ଷକ ଗୀତାଞ୍ଜଳି ମହାନ୍ତ, ଇନ୍ଦ୍ରାବତୀ ପରମାଣିକ ଓ ଆଚାର୍ଯ୍ୟ ବାଳାମଣି ନାଏକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ସେହିପରି ସାହାରପଡ଼ା ବ୍ଲକର ମଉଦିପା, ଖିଲାରୀପାଟ ନୂଆଗାଁ ଓ ହରିଡ଼ାଗୁଟ ଏକଲ ବିଦ୍ୟାଳୟରେ ମଧ୍ୟ କନ୍ୟା ପୂଜନ ଓ ଶସ୍ତ୍ର ପୂଜନ ଆୟୋଜିତ ହୋଇଥିଲା। ମଉଦିପାରେ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ଯୋଗଦେଇଥିଲେ। ଖିଲାରୀପାଟ ନୂଆଗାଁରେ ମାୟାରାଣୀ ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ପ୍ରଶିକ୍ଷିକା ଗୀତାଞ୍ଜଳି ମହାନ୍ତ, ଅଞ୍ଚଳ ପ୍ରଶିକ୍ଷିକା ହେମଲତା ମହାନ୍ତ, ଇନ୍ଦ୍ରାବତୀ ପରମାଣିକ ଓ ସରପଞ୍ଚ ସରସ୍ୱତୀ ମୁଦି ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ କନ୍ୟାମାନଙ୍କ ଶିକ୍ଷା, ସଂସ୍କାର, ସୁରକ୍ଷା, ଶାରୀରିକ ଓ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗ୍ରାମର ବହୁ ମହିଳା ଓ ଅଭିଭାବକ କାର୍ଯ୍ୟକ୍ରମରେ ସାମିଲ ହୋଇ ନବଦୁର୍ଗା ବେଶରେ ସଜ୍ଜିତ ଶିଶୁକନ୍ୟାମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଆୟୋଜନ ମାଧ୍ୟମରେ କନ୍ୟାଙ୍କ ପ୍ରତି ସମ୍ମାନ, ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱକୁ ପୁଣିଥରେ ଉଜାଗର କରାଯାଇଥିଲା।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।