କେନ୍ଦୁଝର/ପାଟଣା, ୨/୧୧: ପାରମ୍ପରିକ ମାଦଳ ବାଦ୍ୟର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କୁଡୁମି ସାଂସ୍କୃତିକ ସମାଜ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପାଟଣା ବ୍ଲକ ମୁଖ୍ୟାଳୟଠାରେ ଏକ ବିଶାଳ ମାଦଳ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କରୁଣାକର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଆଧୁନିକ ଡିଜେ ବାଦ୍ୟର ବ୍ୟବହାର ବୃଦ୍ଧି ଯୋଗୁଁ ପାରମ୍ପରିକ ମାଦଳ ବାଦ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ନେଇ ଉଦ୍ବେଗ ପ୍ରକାଶ କରାଯାଇଥିଲା। ମାଦଳ ଏକ ସୁମଧୁର ଓ ଶ୍ରୁତିମଧୁର ପାରମ୍ପରିକ ବାଦ୍ୟ ହୋଇଥିବାରୁ ଏହାର ସୁରକ୍ଷା, ସଂରକ୍ଷଣ ଓ ନୂତନ ପିଢ଼ି ମଧ୍ୟରେ ଏହାର ଆଦର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ମହତ୍ ଉଦ୍ଦେଶ୍ୟ ନେଇ କୁଡୁମି ସାଂସ୍କୃତିକ ସମାଜ ପକ୍ଷରୁ ମାଦଳ ଶୋଭାଯାତ୍ରା ଆୟୋଜନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି।ଏହି ଅବସରରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ କରୁଣାକର ମହାନ୍ତ, ଉପସଭାପତି ଭାବେ କ୍ଷେତ୍ରବାସୀ ମହାନ୍ତ, ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ମହାନ୍ତ, ସହସମ୍ପାଦକ ଭାବେ କ୍ଷେତ୍ରମୋହନ ମହାନ୍ତ ଓ କୋଷାଧ୍ୟକ୍ଷ ଭାବେ ସୁକାନ୍ତ ମହାନ୍ତଙ୍କୁ ମନୋନୀତ କରାଯାଇଛି। ସେହିପରି ସଦସ୍ୟ ଭାବେ ଭରତ ଚନ୍ଦ୍ର ମହାନ୍ତ, ଖଗେଶ୍ୱର ମହାନ୍ତ ଓ ନରେନ୍ଦ୍ର ମହାନ୍ତଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି।ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଏହି ମାଦଳ ଶୋଭାଯାତ୍ରାରେ ଶତାଧିକ ମାଦଳ, ଢୋଲକ ଓ ନାଗରା ସହ ବିଭିନ୍ନ ଅଞ୍ଚଳର କଳାକାରମାନେ ଯୋଗଦେବେ। ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ କୁଡୁମି ସମାଜର ପାରମ୍ପରିକ ବାଦ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ମାଦଳ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
କୁଡୁମି ସାଂସ୍କୃତିକ ସମାଜ ପକ୍ଷରୁ ନଭେମ୍ବର ୧୫ରେ ବିଶାଳ ମାଦଳ ଶୋଭାଯାତ୍ରା, ପ୍ରସ୍ତୁତି ବୈଠକ ଅନୁଷ୍ଠିତ
News Summary
ପାଟଣାରେ ନଭେମ୍ବର ୧୫ରେ କୁଡୁମି ସାଂସ୍କୃତିକ ସମାଜ ପକ୍ଷରୁ ବିଶାଳ ମାଦଳ ଶୋଭାଯାତ୍ରା। ପାରମ୍ପରିକ ମାଦଳ ବାଦ୍ୟର ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକରେ ଗଠନ ହେଲା କମିଟି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।