Showing posts with label ଗଞ୍ଜାମ. Show all posts
Showing posts with label ଗଞ୍ଜାମ. Show all posts
ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ପୁଣି ଖସିଲା ପଥର, ରାସ୍ତା ସଫା କଲା ପ୍ରଶାସନ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଗଞ୍ଜାମ/ପୁରୁଷୋତ୍ତମପୁର,୨୪।୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ପୁଣି ପଥର ଓ ମାଟି ଖସିଛି। ଲଗାଣ ବର୍ଷା ଯୋଗୁଁ ଗତ ରାତିରେ ଦ୍ୱିତୀୟ ଥର ପାଇଁ ପାହାଡ଼ରୁ ପଥର ଓ ମାଟି ଧସି ରାସ୍ତା ନିକଟରେ ଜମା ହୋଇଥିଲା। ଫଳରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।ପୂର୍ବରୁ ମଧ୍ୟ ଏହି ପାହାଡ଼ରୁ ପଥର ଓ ମାଟି ଖସିଥିଲା। ସେତେବେଳେ ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ପଥର ଓ ମାଟି ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ତେବେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବାରୁ ପୁଣିଥରେ ପାହାଡ଼ରୁ ବଡ଼ ପଥର ଓ ମାଟି ଖସିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରା, ପୁରୁଷୋତ୍ତମପୁର ଆଇଆଇସି କୂଳମଣି ସେଠୀ, ପୂର୍ତ୍ତ ବିଭାଗ ଏସ୍ଡିଓ ସୁରେଶ କୁମାର ମିଶ୍ର ଓ ଜେଇ ସୋନିଆ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ନିୟୋଜିତ କରାଯାଇ ପାହାଡ଼ରୁ ଖସିଥିବା ପଥର ଓ ମାଟିକୁ ହଟାଇ ରାସ୍ତା ସଫା କରାଯାଇଛି। ବର୍ଷା ଜାରି ରହିଥିବାରୁ ପାହାଡ଼ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।
ନଜର ଓଡ଼ିଶା
Nazar Odisha
Powered by Blogger.