Showing posts with label ଦୀଘା. Show all posts
Showing posts with label ଦୀଘା. Show all posts
ଓରାଙ୍ଗଉଟାନ୍ ଚୋରାଚାଲାଣ ରହସ୍ୟ: STF ସ୍କାନରରେ କଳା SUV, ୩୯ ମିନିଟ୍ର CCTV ଲିଙ୍କ୍ ଖୋଜୁଛି ତଦନ୍ତକାରୀ ଟିମ୍
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବାଲେଶ୍ୱର:୧୨/୯,୫ ଶିଶୁ ଓରାଙ୍ଗଉଟାନ୍ ଓଡ଼ିଶାକୁ କିପରି ଆସିଲେ, ତାହାକୁ ନେଇ ଚାଲିଥିବା ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଟାସ୍କ ଫୋର୍ସ (STF) ହାତରେ ନୂଆ CCTV ଫୁଟେଜ୍ ଲାଗିଛି। ଦୀଘାର ଏକ ହୋଟେଲ ନିକଟରେ ଦେଖାଯାଇଥିବା କଳା SUV ଏବେ STFର ସ୍କାନରରେ ରହିଛି।CCTV ଫୁଟେଜ୍ରେ ଏକ କଳା SUV ହୋଟେଲ ସମ୍ମୁଖରେ ଅଟକିଥିବା ଦେଖାଯାଇଛି। ଗାଡ଼ିରୁ କିଛି ଲୋକ ବାହାରି ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଥିବା ମଧ୍ୟ ନଜରକୁ ଆସିଛି। ତେବେ ସେହି ସମୟରେ ହୋଟେଲଟି ବନ୍ଦ ଥିବା ଜଣାପଡ଼ିଛି। ଏହାକୁ ନେଇ ଗାଡ଼ି ଓ ସେଠାରେ ଥିବା ଲୋକଙ୍କ ଗତିବିଧିକୁ ନେଇ ସନ୍ଦେହ ବଢ଼ିଛି।ହୋଟେଲ ମାଲିକ ଓ ପୁଅଙ୍କୁ ଖୋଜୁଛି STF ଓରାଙ୍ଗଉଟାନ୍ ମାମଲାରେ ଦୀଘାର ସମ୍ପୃକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କୁ STF ଖୋଜୁଥିବା ସୂଚନା ମିଳିଛି। ଉଭୟେ ଫେରାର ଥିବା କୁହାଯାଉଛି ହୋଟେଲ ମାଲିକଙ୍କ ଫୋନ୍ ସୁଇଚ୍ ଅଫ୍ ଥିବା ମଧ୍ୟ ଜଣାପଡ଼ିଛି ଅନ୍ୟପଟେ ହୋଟେଲ ମ୍ୟାନେଜରଙ୍କ ସମେତ ଆଉ ୩ ଜଣଙ୍କୁ STF ପଚରାଉଚରା କରୁଛି।୩୯ ମିନିଟ୍ର CCTV ଲିଙ୍କ୍ ଉପରେ ନଜର ତଦନ୍ତ ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ CCTV ଫୁଟେଜ୍ ସାମ୍ନାକୁ ଆସିଛି। ରାତି ପ୍ରାୟ ୧୦ଟା ୫୬ ମିନିଟ୍ରେ ଦୀଘାର ଏକ ହୋଟେଲ ନିକଟ ଦେଇ ଏକ କଳା SUV ଯାଉଥିବା ଦେଖାଯାଇଛି।ଏହାର ପ୍ରାୟ ୩୯ ମିନିଟ୍ ପରେ, ଅର୍ଥାତ୍ ରାତି ୧୧ଟା ୩୫ ମିନିଟ୍ରେ, ବିଚିତ୍ରପୁର ନିକଟର CCTVରେ ମଧ୍ୟ ସମାନ ଧରଣର ଏକ କଳା SUV ଦେଖାଯାଇଛି।ଏହି ଦୁଇଟି CCTV ଫୁଟେଜ୍ରେ ଦେଖାଯାଇଥିବା ଗାଡ଼ି ସମାନ କି ନୁହେଁ, ତାହା ଯାଞ୍ଚ କରୁଛି STF। ଏହା ସହିତ ଦୀଘାରୁ ବିଚିତ୍ରପୁର ଯିବା ମଧ୍ୟରେ ୩୯ ମିନିଟ୍ ସମୟରେ SUV କେଉଁ ରାସ୍ତା ଦେଇ ଯାଇଥିଲା, ସେନେଇ ମଧ୍ୟ ତଦନ୍ତ ଚାଲିଛି।୧୦୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ ଓରାଙ୍ଗଉଟାନ୍ ଚୋରାଚାଲାଣ ମାମଲାରେ ଦୀଘା ଓ ଏହାର ଆଖପାଖ ଅଞ୍ଚଳର ହୋଟେଲ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ STF ଯାଞ୍ଚ କରିଛି। ଏହି ଯାଞ୍ଚ ସମୟରେ କିଛି ସନ୍ଦେହଜନକ ଗତିବିଧି ସମ୍ପର୍କରେ ତଥ୍ୟ ମିଳିଥିବା କୁହାଯାଉଛି।ଏବେ ତଦନ୍ତକାରୀଙ୍କ ନଜରରେ ରହିଛି କଳା SUV। ଗାଡ଼ିରେ କିଏ ଥିଲେ, SUV କେଉଁଠାରୁ ଆସିଥିଲା, ୩୯ ମିନିଟ୍ ମଧ୍ୟରେ କେଉଁଠି ଅଟକିଥିଲା ଏବଂ ଏହାର ଓରାଙ୍ଗଉଟାନ୍ ଚୋରାଚାଲାଣ ସହ କୌଣସି ସମ୍ପର୍କ ଅଛି କି ନାହିଁ, ଏହି ସବୁ ଦିଗକୁ ନେଇ STF ତଦନ୍ତ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।