ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଓରାଙ୍ଗଉଟାନ୍ ଚୋରାଚାଲାଣ ରହସ୍ୟ: STF ସ୍କାନରରେ କଳା SUV, ୩୯ ମିନିଟ୍‌ର CCTV ଲିଙ୍କ୍‌ ଖୋଜୁଛି ତଦନ୍ତକାରୀ ଟିମ୍

ବାଲେଶ୍ୱର:୧୨/୯,୫ ଶିଶୁ ଓରାଙ୍ଗଉଟାନ୍‌ ଓଡ଼ିଶାକୁ କିପରି ଆସିଲେ, ତାହାକୁ ନେଇ ଚାଲିଥିବା ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଟାସ୍କ ଫୋର୍ସ (STF) ହାତରେ ନୂଆ CCTV ଫୁଟେଜ୍‌ ଲାଗିଛି। ଦୀଘାର ଏକ ହୋଟେଲ ନିକଟରେ ଦେଖାଯାଇଥିବା କଳା SUV ଏବେ STFର ସ୍କାନରରେ ରହିଛି।CCTV ଫୁଟେଜ୍‌ରେ ଏକ କଳା SUV ହୋଟେଲ ସମ୍ମୁଖରେ ଅଟକିଥିବା ଦେଖାଯାଇଛି। ଗାଡ଼ିରୁ କିଛି ଲୋକ ବାହାରି ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଥିବା ମଧ୍ୟ ନଜରକୁ ଆସିଛି। ତେବେ ସେହି ସମୟରେ ହୋଟେଲଟି ବନ୍ଦ ଥିବା ଜଣାପଡ଼ିଛି। ଏହାକୁ ନେଇ ଗାଡ଼ି ଓ ସେଠାରେ ଥିବା ଲୋକଙ୍କ ଗତିବିଧିକୁ ନେଇ ସନ୍ଦେହ ବଢ଼ିଛି।ହୋଟେଲ ମାଲିକ ଓ ପୁଅଙ୍କୁ ଖୋଜୁଛି STF ଓରାଙ୍ଗଉଟାନ୍‌ ମାମଲାରେ ଦୀଘାର ସମ୍ପୃକ୍ତ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କୁ STF ଖୋଜୁଥିବା ସୂଚନା ମିଳିଛି। ଉଭୟେ ଫେରାର ଥିବା କୁହାଯାଉଛି ହୋଟେଲ ମାଲିକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ମଧ୍ୟ ଜଣାପଡ଼ିଛି ଅନ୍ୟପଟେ ହୋଟେଲ ମ୍ୟାନେଜରଙ୍କ ସମେତ ଆଉ ୩ ଜଣଙ୍କୁ STF ପଚରାଉଚରା କରୁଛି।୩୯ ମିନିଟ୍‌ର CCTV ଲିଙ୍କ୍‌ ଉପରେ ନଜର ତଦନ୍ତ ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ରାତି ପ୍ରାୟ ୧୦ଟା ୫୬ ମିନିଟ୍‌ରେ ଦୀଘାର ଏକ ହୋଟେଲ ନିକଟ ଦେଇ ଏକ କଳା SUV ଯାଉଥିବା ଦେଖାଯାଇଛି।ଏହାର ପ୍ରାୟ ୩୯ ମିନିଟ୍‌ ପରେ, ଅର୍ଥାତ୍‌ ରାତି ୧୧ଟା ୩୫ ମିନିଟ୍‌ରେ, ବିଚିତ୍ରପୁର ନିକଟର CCTVରେ ମଧ୍ୟ ସମାନ ଧରଣର ଏକ କଳା SUV ଦେଖାଯାଇଛି।ଏହି ଦୁଇଟି CCTV ଫୁଟେଜ୍‌ରେ ଦେଖାଯାଇଥିବା ଗାଡ଼ି ସମାନ କି ନୁହେଁ, ତାହା ଯାଞ୍ଚ କରୁଛି STF। ଏହା ସହିତ ଦୀଘାରୁ ବିଚିତ୍ରପୁର ଯିବା ମଧ୍ୟରେ ୩୯ ମିନିଟ୍‌ ସମୟରେ SUV କେଉଁ ରାସ୍ତା ଦେଇ ଯାଇଥିଲା, ସେନେଇ ମଧ୍ୟ ତଦନ୍ତ ଚାଲିଛି।୧୦୦ରୁ ଅଧିକ CCTV ଫୁଟେଜ୍‌ ଯାଞ୍ଚ ଓରାଙ୍ଗଉଟାନ୍‌ ଚୋରାଚାଲାଣ ମାମଲାରେ ଦୀଘା ଓ ଏହାର ଆଖପାଖ ଅଞ୍ଚଳର ହୋଟେଲ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍‌ STF ଯାଞ୍ଚ କରିଛି। ଏହି ଯାଞ୍ଚ ସମୟରେ କିଛି ସନ୍ଦେହଜନକ ଗତିବିଧି ସମ୍ପର୍କରେ ତଥ୍ୟ ମିଳିଥିବା କୁହାଯାଉଛି।ଏବେ ତଦନ୍ତକାରୀଙ୍କ ନଜରରେ ରହିଛି କଳା SUV। ଗାଡ଼ିରେ କିଏ ଥିଲେ, SUV କେଉଁଠାରୁ ଆସିଥିଲା, ୩୯ ମିନିଟ୍‌ ମଧ୍ୟରେ କେଉଁଠି ଅଟକିଥିଲା ଏବଂ ଏହାର ଓରାଙ୍ଗଉଟାନ୍‌ ଚୋରାଚାଲାଣ ସହ କୌଣସି ସମ୍ପର୍କ ଅଛି କି ନାହିଁ, ଏହି ସବୁ ଦିଗକୁ ନେଇ STF ତଦନ୍ତ ଜାରି ରଖିଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।