ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ପିପିଳିଆ. Show all posts
Showing posts with label ପିପିଳିଆ. Show all posts

ପିପିଳିଆରେ କରମ୍ ତୀର୍ଥଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ କମ୍ପିଲା ଅଞ୍ଚଳ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପିପିଳିଆ, ୧୧/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆଠାରେ କରମ୍ ତୀର୍ଥଯାତ୍ରା ସାରି ଫେରିଥିବା ତୀର୍ଥଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗର ପୁରୁଲିଆ, କୋରାଡି ଓ ମହାକୁଆହି ଆଦି ପବିତ୍ର ସ୍ଥଳ ପରିଦର୍ଶନ କରି ଫେରିଥିବା କରମ୍ ପରବତିଆଙ୍କୁ ସ୍ଥାନୀୟ ଜନସାଧାରଣ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିପିଳିଆ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ପାରମ୍ପରିକ ବାଦ୍ୟର ତାଳେ ତାଳେ ତୀର୍ଥଯାତ୍ରୀଙ୍କୁ ପରଛନ୍ କରାଯିବା ସହ ପୂର୍ଣ୍ଣକୁମ୍ଭ ଓ ପୁଷ୍ପବୃଷ୍ଟି ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଯାଇଥିଲା।ପରେ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ଦେଶ୍ କରମ ସମ୍ପାଦକ ହୃଷିକେଶ ମହାନ୍ତ, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ, ମିନତି ମହାନ୍ତ, ଶିକ୍ଷକ ସଂଘ ଜିଲ୍ଲା ସଭାପତି ମନୋଜ କୁମାର ମହାନ୍ତ, ବରିଷ୍ଠ ସମାଜସେବୀ ବିଦ୍ୟାଧର ମହାନ୍ତ, ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ ଓ ଝୁମର କିଶୋର ପ୍ରହ୍ଲାଦ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ କରମ୍ ସଂସ୍କୃତିର ମହାନତା ଓ ପାରମ୍ପରିକ ରୀତିନୀତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ନିଜ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ମୁକୁନ୍ଦ ଚନ୍ଦ୍ର ମହାନ୍ତ, ନବକିଶୋର ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ରାଜେଶ ଚନ୍ଦ୍ର ମହାନ୍ତ, କୈଳାସ ଚନ୍ଦ୍ର ମହାନ୍ତ, ମନମୋହନ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ କାହ୍ନୁ ଚରଣ ମହାନ୍ତ, ବିନୋଦ ବିହାରୀ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ଖଗେଶ୍ୱର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଜଗମୋହନ ମହାନ୍ତ, ଭୁବନ ମହାନ୍ତ, ଜଗବନ୍ଧୁ ମହାନ୍ତ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତଙ୍କ ସମେତ ବହୁ ସାମାଜିକ କର୍ମକର୍ତ୍ତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଢେଙ୍କିକୋଟ ଫାଣ୍ଡି ପୁଲିସ ସହଯୋଗ କରିଥିଲା।

ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSSର ଶିକ୍ଷଣୀୟ କାର୍ଯ୍ୟକ୍ରମ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୧୦/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ଆନୁକୂଲ୍ୟରେ ଏକ ଦିବସୀୟ ଶିକ୍ଷଣୀୟ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ NSS ରାଜ୍ୟ ଶାଖାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ବେହେରା ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେବା ସହ ସେବା ମନୋଭାବ ନେଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ଏହାସହ ସାମାଜିକ ସେବା କ୍ଷେତ୍ରରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ମଧ୍ୟ ଉପାଦେୟ ମାର୍ଗଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ନିରାକାର ସ୍ୱାଇଁ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ NSS କାର୍ଯ୍ୟକ୍ରମ ଅଧିକାରୀ ଅଲେଖ ପ୍ରସାଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।ବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ, ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୧୮/୯: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ‘ସେବା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବିଭାଗ, ରେଡକ୍ରସ୍‌ ଓ ଇକୋ କ୍ଲବର ମିଳିତ ସହଯୋଗରେ ଏହି ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଘଟଗାଁ ବ୍ଲକ ଉନ୍ନୟନ ଅଧିକାରୀ ଖଗେଶ୍ୱର ବରାଳ, ପିପିଳିଆ ଗ୍ରାମପଞ୍ଚାୟତ ସରପଞ୍ଚ ଗୋଲାପ ନାୟକ ଓ ସଭ୍ୟ ବାପୁଜୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଅଭିଯାନର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ। ଏଥିସହ ହାତରେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ସମାଜକୁ ସଚେତନତାର ବାର୍ତ୍ତା ଦେଇଥିଲେ।ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସ୍ୱଚ୍ଛତା ଅଭିଯାନର ଗୁରୁତ୍ୱ ରହିଥିବା ଅତିଥିମାନେ କହିଥିଲେ। ଏଥିସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ନେଇ ଚାଲିଥିବା ବିଭିନ୍ନ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବାରେ ସହଯୋଗ କରିଥିଲେ।

ପିପିଳିଆରେ ବଜ୍ରପାତ ଅଘଟଣ: ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପିପିଳିଆ, ୧୭/୯: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ୍ ଅଞ୍ଚଳର ପିପିଳିଆ ଗ୍ରାମରେ ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପିପିଳିଆ ଗ୍ରାମର ମଧୁସୂଦନ ନାୟକ (୭୦)।ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୧ଟା ୧୦ ମିନିଟ୍ ସମୟରେ ମଧୁସୂଦନ ଘର ବାହାରେ ଗାଈ ବାନ୍ଧି ଘର ଭିତରକୁ ଆସୁଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ବଜ୍ରପାତର ପ୍ରଭାବରେ ଘର ବାହାରେ ଲାଗିଥିବା ବିଦ୍ୟୁତ୍ ମିଟରରୁ ନିଆଁ ବାହାରିଥିବା ବେଳେ ମଧୁସୂଦନ ତଳେ ପଡ଼ିଯାଇଥିଲେ।ପରିବାର ଲୋକ ଓ ସ୍ଥାନୀୟଙ୍କ ସହଯୋଗରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ମଧୁସୂଦନ ନାୟକଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କିକୋଟ ବିଟ୍ ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ବଜ୍ରପାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ପିପିଳିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha

ଢେଙ୍କିକୋଟ୯/୯: ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିପିଳିଆର ମିଳିତ ଆନୁକୂଲ୍ୟରେ ବୁଧବାର ବିଦ୍ୟାଳୟ ସଭାଗୃହରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ ସ୍ୱାବଲମ୍ବୀ ଭାରତ ଗଠନ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ଓ ଜ୍ଞାନକୁ ବ୍ୟବହାର କରି ସ୍ୱାବଲମ୍ବୀ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବପ୍ରାନ୍ତ ସଂଗଠକ ମନ୍ତ୍ରୀ ରାଜେଶ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ଯୁବଶକ୍ତି, ରୋଜଗାର ଓ ଉଦ୍ୟମିତା ସମ୍ପର୍କରେ ଆଲୋଚନା କରିଥିଲେ। ସେ ସ୍ଥାନୀୟ ସମ୍ବଳ ଓ ସ୍ୱଦେଶୀ ଢାଞ୍ଚାର ଉପଯୋଗ କରି ଯୁବପିଢ଼ି ସ୍ୱରୋଜଗାରୀ ହେବାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା ସ୍ୱଦେଶୀ ଆନ୍ଦୋଳନର ପ୍ରବକ୍ତା ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ, କୁଟୀର ଶିଳ୍ପ ଓ ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ କିପରି ଆତ୍ମନିର୍ଭର ହୋଇପାରିବେ, ସେନେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ସେହିପରି ସ୍ୱଦେଶୀ ଜାଗରଣ ମଞ୍ଚ କେନ୍ଦୁଝର ଜିଲ୍ଲା ସଂଯୋଜକ ମାନସ ରଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦୁଝରର ବନବାସୀ ଓ ଆଦିବାସୀ ଅଞ୍ଚଳରେ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଏବଂ ସ୍ଥାନୀୟ ସମ୍ବଳର ସଠିକ୍ ବିନିଯୋଗ କରି ସ୍ୱରୋଜଗାର ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ଅଲେଖ ପ୍ରସାଦ ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶ୍ନୋତ୍ତର ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ।ଶେଷରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଓ ସ୍ୱାବଲମ୍ବୀ ଭାରତ ଗଠନରେ ସହଯୋଗ କରିବା ପାଇଁ ସର୍ବସମ୍ମତି ପ୍ରକାଶ କରିଥିଲେ।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।