ପିପିଳିଆରେ କରମ୍ ତୀର୍ଥଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ କମ୍ପିଲା ଅଞ୍ଚଳ
News Summary
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆରେ କରମ୍ ତୀର୍ଥଯାତ୍ରାରୁ ଫେରିଥିବା ତୀର୍ଥଯାତ୍ରୀଙ୍କୁ ଶୋଭାଯାତ୍ରା, ପରଛନ୍ ଓ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପିପିଳିଆ, ୧୧/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆଠାରେ କରମ୍ ତୀର୍ଥଯାତ୍ରା ସାରି ଫେରିଥିବା ତୀର୍ଥଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗର ପୁରୁଲିଆ, କୋରାଡି ଓ ମହାକୁଆହି ଆଦି ପବିତ୍ର ସ୍ଥଳ ପରିଦର୍ଶନ କରି ଫେରିଥିବା କରମ୍ ପରବତିଆଙ୍କୁ ସ୍ଥାନୀୟ ଜନସାଧାରଣ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିପିଳିଆ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ପାରମ୍ପରିକ ବାଦ୍ୟର ତାଳେ ତାଳେ ତୀର୍ଥଯାତ୍ରୀଙ୍କୁ ପରଛନ୍ କରାଯିବା ସହ ପୂର୍ଣ୍ଣକୁମ୍ଭ ଓ ପୁଷ୍ପବୃଷ୍ଟି ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଯାଇଥିଲା।ପରେ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ଦେଶ୍ କରମ ସମ୍ପାଦକ ହୃଷିକେଶ ମହାନ୍ତ, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ, ମିନତି ମହାନ୍ତ, ଶିକ୍ଷକ ସଂଘ ଜିଲ୍ଲା ସଭାପତି ମନୋଜ କୁମାର ମହାନ୍ତ, ବରିଷ୍ଠ ସମାଜସେବୀ ବିଦ୍ୟାଧର ମହାନ୍ତ, ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ ଓ ଝୁମର କିଶୋର ପ୍ରହ୍ଲାଦ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ କରମ୍ ସଂସ୍କୃତିର ମହାନତା ଓ ପାରମ୍ପରିକ ରୀତିନୀତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ନିଜ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ମୁକୁନ୍ଦ ଚନ୍ଦ୍ର ମହାନ୍ତ, ନବକିଶୋର ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ରାଜେଶ ଚନ୍ଦ୍ର ମହାନ୍ତ, କୈଳାସ ଚନ୍ଦ୍ର ମହାନ୍ତ, ମନମୋହନ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ କାହ୍ନୁ ଚରଣ ମହାନ୍ତ, ବିନୋଦ ବିହାରୀ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ଖଗେଶ୍ୱର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଜଗମୋହନ ମହାନ୍ତ, ଭୁବନ ମହାନ୍ତ, ଜଗବନ୍ଧୁ ମହାନ୍ତ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତଙ୍କ ସମେତ ବହୁ ସାମାଜିକ କର୍ମକର୍ତ୍ତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଢେଙ୍କିକୋଟ ଫାଣ୍ଡି ପୁଲିସ ସହଯୋଗ କରିଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।