Showing posts with label ବଡ଼ବିଲ. Show all posts
Showing posts with label ବଡ଼ବିଲ. Show all posts
ପାରିବାରିକ ବିବାଦରୁ ଭିଣୋଇଙ୍କୁ ପିଟି ହତ୍ୟା ଅଭିଯୋଗ, ଶାଳକ ଫେରାର; ପୁଲିସର ତଦନ୍ତ ଜାରି
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ବଡ଼ବିଲ,୩/୧୦: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବନମାଳୀ। ତାଙ୍କ ଶାଳକ ଅଜୟଙ୍କ ନାମରେ ହତ୍ୟା ଅଭିଯୋଗ ଆସିଥିବା ବେଳେ ଘଟଣା ପରେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ବନମାଳୀ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିବା ଅଭିଯୋଗ ରହିଥିଲା। ଗତ ମଙ୍ଗଳବାର ଶୁକମତିଙ୍କ ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରାଯାଇଥିବା ଅଭିଯୋଗ ପରେ ସେ ଘଟଣା ସମ୍ପର୍କରେ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ।ଏହାପରେ ଶୁକମତିଙ୍କ ଭାଇ ଅଜୟ ଭିଣୋଇ ବନମାଳୀଙ୍କୁ ବୁଝାଇବା ପାଇଁ ଆସିଥିଲେ। ତେବେ ରାତିରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ରହିଛି। ପରେ ଅଜୟ ବନମାଳୀଙ୍କୁ ଆକ୍ରମଣ କରିଥିବା କୁହାଯାଉଛି।ଆକ୍ରମଣରେ ବନମାଳୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଅଜୟ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରହିଛି। ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ହାଣ୍ଡିଭଙ୍ଗା ଜଳପ୍ରପାତରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଯୁବକ ନିଖୋଜ, ୪ ଘଣ୍ଟା ଧରି ଚାଲିଲା ଖୋଜାଖୋଜି
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ବଡ଼ବିଲ, ୨/୧୦: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଜଳପ୍ରପାତରେ ଅଘଟଣ ଘଟିଛି। ଗାଧୋଇବା ବେଳେ ପାଦ ଖସି ଗଭୀର ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଯାଜପୁର ଅଞ୍ଚଳର ଦିବ୍ୟରଞ୍ଜନ ମହାନ୍ତ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗାନ୍ଧୀ ଜୟନ୍ତୀ ଅବସରରେ ଛୁଟି ଥିବାରୁ ବଡ଼କାଳିମାଟି ଅଞ୍ଚଳରେ ଥିବା ଖଣି ଠିକା ସଂସ୍ଥା କେସିସିଏଲ୍ରେ କାର୍ଯ୍ୟରତ ତିନି ଜଣ କର୍ମଚାରୀ ଏକ ବାଇକ୍ରେ ହାଣ୍ଡିଭଙ୍ଗା ଜଳପ୍ରପାତ ବୁଲିବାକୁ ଯାଇଥିଲେ।
ସେଠାରେ କିଛି ସମୟ ବୁଲାବୁଲି କରିବା ପରେ ତିନି ଜଣ ଗାଧୋଉଥିବା ବେଳେ ହଠାତ୍ ଦିବ୍ୟରଞ୍ଜନଙ୍କ ଗୋଡ଼ ଖସିଯାଇଥିଲା। ସେ ଗଭୀର ଜଳରାଶି ମଧ୍ୟକୁ ଚାଲିଯିବା ପରେ ନିଖୋଜ ହୋଇଯାଇଥିଲେ।ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ସଫଳ ନହେବାରୁ ତୁରନ୍ତ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ବାମେବାରୀ ପୋଲିସ ଏବଂ ଯୋଡ଼ା-ବିଲେଇପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ଦିବ୍ୟରଞ୍ଜନଙ୍କ କୌଣସି ପତ୍ତା ମିଳିପାରିନଥିଲା।
ସନ୍ଧ୍ୟା ହୋଇଯିବା ସହ ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସକାଳୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ଗଣେଶ ପୂଜାରେ ଗଜରାଜଙ୍କ ଘରେ ନୂଆ ଅତିଥି: ଚମ୍ପୁଆ ରେଞ୍ଜରେ ୨୨କୁ ବଢ଼ିଲା ହାତୀ ସଂଖ୍ୟା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବଡ଼ବିଲ, ୧୪/୯: ଗଣେଶ ପୂଜା ଦିନ ଗଜରାଜଙ୍କ ଘରେ ଆସିଛି ନୂଆ ଅତିଥି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମ ନେଇଛି। ନବଜାତ ଶାବକର ଆଗମନ ପରେ ଅଞ୍ଚଳରେ ଚଳପ୍ରଚଳ କରୁଥିବା ହାତୀପଲର ସଂଖ୍ୟା ୨୧ରୁ ବଢ଼ି ୨୨ରେ ପହଞ୍ଚିଛି। ଏନେଇ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍.ଡି. ସୂଚନା ଦେଇଛନ୍ତି।ବନ ବିଭାଗର ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ହାତୀପଲ ମଧ୍ୟରେ ଏହି ଶାବକର ଜନ୍ମ ହୋଇଥିଲା। ବର୍ତ୍ତମାନ ନବଜାତ ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ରହିଛି। ମା’ ହାତୀଠାରୁ କ୍ଷୀରପାନ କରି ଶାବକଟି ହାତୀପଲ ସହ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିବା ଜଣାପଡ଼ିଛି।ଗଣେଶ ପୂଜା ଅବସରରେ ହାତୀପଲରେ ନୂଆ ସଦସ୍ୟଙ୍କ ଆଗମନକୁ ନେଇ ସ୍ଥାନୀୟ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ହାତୀ ଶାବକର ଜନ୍ମକୁ ସ୍ଥାନୀୟ ଜୈବ ବିବିଧତା ଓ ହାତୀ ସଂରକ୍ଷଣ ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ମା’ ହାତୀ ଓ ନବଜାତ ଶାବକର ସୁରକ୍ଷା ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ବନ ବିଭାଗ କଡ଼ା ନଜର ରଖିଛି। ହାତୀପଲର ଗତିବିଧି ନିରୀକ୍ଷଣ କରିବା ସହ ଶାବକ ଓ ମା’ ହାତୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।

