ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଗଣେଶ ପୂଜାରେ ଗଜରାଜଙ୍କ ଘରେ ନୂଆ ଅତିଥି: ଚମ୍ପୁଆ ରେଞ୍ଜରେ ୨୨କୁ ବଢ଼ିଲା ହାତୀ ସଂଖ୍ୟା

News Summary

ଚମ୍ପୁଆ ରେଞ୍ଜ ବାଲିବନ୍ଧ ଜଙ୍ଗଲରେ ହାତୀ ଶାବକ ଜନ୍ମ। ନୂଆ ସଦସ୍ୟ ଆସିବା ପରେ ହାତୀପଲ ସଂଖ୍ୟା ୨୧ରୁ ୨୨କୁ ବୃଦ୍ଧି।

ନଜର ଓଡ଼ିଶା | Nazar Odisha


ବଡ଼ବିଲ, ୧୪/୯: ଗଣେଶ ପୂଜା ଦିନ ଗଜରାଜଙ୍କ ଘରେ ଆସିଛି ନୂଆ ଅତିଥି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମ ନେଇଛି। ନବଜାତ ଶାବକର ଆଗମନ ପରେ ଅଞ୍ଚଳରେ ଚଳପ୍ରଚଳ କରୁଥିବା ହାତୀପଲର ସଂଖ୍ୟା ୨୧ରୁ ବଢ଼ି ୨୨ରେ ପହଞ୍ଚିଛି। ଏନେଇ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌.ଡି. ସୂଚନା ଦେଇଛନ୍ତି।ବନ ବିଭାଗର ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ହାତୀପଲ ମଧ୍ୟରେ ଏହି ଶାବକର ଜନ୍ମ ହୋଇଥିଲା। ବର୍ତ୍ତମାନ ନବଜାତ ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ରହିଛି। ମା’ ହାତୀଠାରୁ କ୍ଷୀରପାନ କରି ଶାବକଟି ହାତୀପଲ ସହ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିବା ଜଣାପଡ଼ିଛି।ଗଣେଶ ପୂଜା ଅବସରରେ ହାତୀପଲରେ ନୂଆ ସଦସ୍ୟଙ୍କ ଆଗମନକୁ ନେଇ ସ୍ଥାନୀୟ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ହାତୀ ଶାବକର ଜନ୍ମକୁ ସ୍ଥାନୀୟ ଜୈବ ବିବିଧତା ଓ ହାତୀ ସଂରକ୍ଷଣ ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ମା’ ହାତୀ ଓ ନବଜାତ ଶାବକର ସୁରକ୍ଷା ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ବନ ବିଭାଗ କଡ଼ା ନଜର ରଖିଛି। ହାତୀପଲର ଗତିବିଧି ନିରୀକ୍ଷଣ କରିବା ସହ ଶାବକ ଓ ମା’ ହାତୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛି।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।