Showing posts with label ସୋଲାର ପ୍ରକଳ୍ପ. Show all posts
Showing posts with label ସୋଲାର ପ୍ରକଳ୍ପ. Show all posts
ସୋଲାର ପ୍ରକଳ୍ପ ଅଚଳ, ଅନ୍ଧାରରେ ୪୦ ଆଦିବାସୀ ପରିବାର; ସ୍ଥାୟୀ ବିଦ୍ୟୁତ ସଂଯୋଗ ଦାବି
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଘଟଗାଁ:୧୨/୯,କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ କୁଳଡେରା ଗ୍ରାମରେ ଏବେ ବି ପହଞ୍ଚିପାରିନାହିଁ ବିଦ୍ୟୁତ ସେବା। ଗାଁରେ ପ୍ରାୟ ୪୦ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଅନ୍ଧାର ଦୂର କରିବା ପାଇଁ ପ୍ରାୟ ବର୍ଷକ ତଳେ ଘରେ ଘରେ ସୋଲାର ବ୍ୟବସ୍ଥା କରାଯାଇଥିଲା। ସୋଲାର ଲାଗିବା ପରେ ଗ୍ରାମବାସୀଙ୍କ ମନରେ ଆଲୋକ ନେଇ ନୂଆ ଆଶା ସୃଷ୍ଟି ହୋଇଥିଲା।ହେଲେ କିଛି ଦିନ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଏବେ ପୁଣି ଅନ୍ଧାରକୁ ଫେରିଛି କୁଳଡେରା ଗ୍ରାମ। ସନ୍ଧ୍ୟା ହେଲେ ଗ୍ରାମବାସୀଙ୍କୁ ଆଲୋକ ପାଇଁ ବିଭିନ୍ନ ବିକଳ୍ପ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ସୋଲାର ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ଏନେଇ ଅନେକଥର ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଫଳରେ ସରକାରୀ ଯୋଜନାରେ ଲାଗିଥିବା ସୋଲାର ବ୍ୟବସ୍ଥା ଅଚଳ ହୋଇଯିବା ପରେ ୪୦ଟି ପରିବାର ପୁଣି ଆଲୋକରୁ ବଞ୍ଚିତ ହୋଇଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁଳଡେରା ଗ୍ରାମକୁ ସ୍ଥାୟୀ ବିଦ୍ୟୁତ ସଂଯୋଗ ଯୋଗାଇଦେବା ହେଉଛି ଦୀର୍ଘଦିନର ଦାବି। ତେଣୁ ଅଚଳ ସୋଲାର ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ସହ କୁଳଡେରା ଗ୍ରାମକୁ ସ୍ଥାୟୀ ବିଦ୍ୟୁତ ସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।