ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ସୋଲାର ପ୍ରକଳ୍ପ ଅଚଳ, ଅନ୍ଧାରରେ ୪୦ ଆଦିବାସୀ ପରିବାର; ସ୍ଥାୟୀ ବିଦ୍ୟୁତ ସଂଯୋଗ ଦାବି


ଘଟଗାଁ:୧୨/୯,କେନ୍ଦୁଝର ଜିଲ୍ଲା   ଘଟଗାଁ    ବ୍ଲକ୍‌ ଅନ୍ତର୍ଗତ କୁଳଡେରା ଗ୍ରାମରେ ଏବେ ବି ପହଞ୍ଚିପାରିନାହିଁ ବିଦ୍ୟୁତ ସେବା। ଗାଁରେ ପ୍ରାୟ ୪୦ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଅନ୍ଧାର ଦୂର କରିବା ପାଇଁ ପ୍ରାୟ ବର୍ଷକ ତଳେ ଘରେ ଘରେ ସୋଲାର ବ୍ୟବସ୍ଥା କରାଯାଇଥିଲା। ସୋଲାର ଲାଗିବା ପରେ ଗ୍ରାମବାସୀଙ୍କ ମନରେ ଆଲୋକ ନେଇ ନୂଆ ଆଶା ସୃଷ୍ଟି ହୋଇଥିଲା।ହେଲେ କିଛି ଦିନ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଏବେ ପୁଣି ଅନ୍ଧାରକୁ ଫେରିଛି କୁଳଡେରା ଗ୍ରାମ। ସନ୍ଧ୍ୟା ହେଲେ ଗ୍ରାମବାସୀଙ୍କୁ ଆଲୋକ ପାଇଁ ବିଭିନ୍ନ ବିକଳ୍ପ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ସୋଲାର ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ଏନେଇ ଅନେକଥର ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଫଳରେ ସରକାରୀ ଯୋଜନାରେ ଲାଗିଥିବା ସୋଲାର ବ୍ୟବସ୍ଥା ଅଚଳ ହୋଇଯିବା ପରେ ୪୦ଟି ପରିବାର ପୁଣି ଆଲୋକରୁ ବଞ୍ଚିତ ହୋଇଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁଳଡେରା ଗ୍ରାମକୁ ସ୍ଥାୟୀ ବିଦ୍ୟୁତ ସଂଯୋଗ ଯୋଗାଇଦେବା ହେଉଛି ଦୀର୍ଘଦିନର ଦାବି। ତେଣୁ ଅଚଳ ସୋଲାର ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ସହ କୁଳଡେରା ଗ୍ରାମକୁ ସ୍ଥାୟୀ ବିଦ୍ୟୁତ ସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।