ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ହରିଚନ୍ଦନପୁର. Show all posts
Showing posts with label ହରିଚନ୍ଦନପୁର. Show all posts

ଖୁଣ୍ଟବନ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ଭାଗବତ କଥାମୃତ’, ଛାତ୍ରଛାତ୍ରୀଙ୍କୁ ଭାଗବତ ଧର୍ମରେ ଅନୁପ୍ରାଣିତ କରିବାକୁ ଆହ୍ୱାନ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha



କେନ୍ଦୁଝର/ ହରିଚନ୍ଦନପୁର, ୧୫/୯: ଦେଶର ଭବିଷ୍ୟତ ନାଗରିକମାନଙ୍କୁ ଭାଗବତ ଧର୍ମରେ ଅନୁପ୍ରାଣିତ କରି ଏକ ସୁସ୍ଥ ସମାଜ ଗଠନ କରିବା ସହ ସେମାନଙ୍କ ମାନବ ଜନ୍ମକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ‘ବିଦ୍ୟାଳୟରେ ଭାଗବତ କଥାମୃତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନକ୍ରମେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଖୁଣ୍ଟବନ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଥିଲା।ବିଦ୍ୟାମନ୍ଦିରର ପିତୃମାତୃ ସମ୍ମିଳନୀ ଅବସରରେ ଆଚାର୍ଯ୍ୟ, ଗୁରୁମା, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମାବେଶରେ ପ୍ରଥମେ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭାଗବତ ପାରାୟଣ ସହ ଭାଗବତ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି ଏବଂ କେନ୍ଦୁଝରଗଡ଼ ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଅକ୍ଷୟ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ସେହିପରି ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, ଜିତେନ୍ଦ୍ର ବେହେରା, ହରିଚନ୍ଦନପୁର ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସାହୁ ଏବଂ ହୁଣ୍ଡା ମହାପାଟ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନାରାୟଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଳକ ବାଳିକାମାନଙ୍କ ହୃଦୟରେ ଭଗବତ୍ ଭାବ ସଞ୍ଚାର କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ।ଏହି ମହାନ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମ୍ପାଦକ ଲଳିତ କୁମାର ମହାନ୍ତ ସଭାପତିତ୍ୱ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଦେହୁରୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁମା ସୁକୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଗୁରୁଜୀ ତ୍ରିଲୋଚନ ମହାନ୍ତ, ସାଧୁଚରଣ କିସାନ, ଯୋଗମୟ ଜୁଆଙ୍ଗ, ଗୁରୁମା ଜ୍ୟୋତିର୍ମୟୀ ମହାନ୍ତ, ରୀନାରାଣୀ ସାହୁ, ସେବିକା ପାର୍ବତୀ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମିତ୍ରଭାନୁ ପରିଡ଼ା, ଉପସଭାପତି ଭାନୁମତୀ ମହାନ୍ତ, ଅଗସ୍ତି ବାରିକ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଜୁଆଙ୍ଗ, ସୋମଗିରି ଭାଗବତ ଟୁଙ୍ଗି ସମ୍ପାଦକ ଚକ୍ରଧର ବାରିକ, ହରିଚନ୍ଦନପୁର ବ୍ଲକ ସମ୍ପାଦକ ବିଚିତ୍ରାନନ୍ଦ ବେହେରା ଏବଂ ବାଂଶପାଳ ଭାଗବତ ଟୁଙ୍ଗି ଭକ୍ତ ଗୟାମଣି ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।