ଖୁଣ୍ଟବନ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ଭାଗବତ କଥାମୃତ’, ଛାତ୍ରଛାତ୍ରୀଙ୍କୁ ଭାଗବତ ଧର୍ମରେ ଅନୁପ୍ରାଣିତ କରିବାକୁ ଆହ୍ୱାନ
News Summary
କେନ୍ଦୁଝର ଖୁଣ୍ଟବନ୍ଧ ବିଦ୍ୟାମନ୍ଦିରରେ ‘ଭାଗବତ କଥାମୃତ’ କାର୍ଯ୍ୟକ୍ରମ; ଭାଗବତ ପାରାୟଣ ଓ ସତସଙ୍ଗରେ ଅନୁପ୍ରାଣିତ ଛାତ୍ରଛାତ୍ରୀ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ ହରିଚନ୍ଦନପୁର, ୧୫/୯: ଦେଶର ଭବିଷ୍ୟତ ନାଗରିକମାନଙ୍କୁ ଭାଗବତ ଧର୍ମରେ ଅନୁପ୍ରାଣିତ କରି ଏକ ସୁସ୍ଥ ସମାଜ ଗଠନ କରିବା ସହ ସେମାନଙ୍କ ମାନବ ଜନ୍ମକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ‘ବିଦ୍ୟାଳୟରେ ଭାଗବତ କଥାମୃତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନକ୍ରମେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଖୁଣ୍ଟବନ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଥିଲା।ବିଦ୍ୟାମନ୍ଦିରର ପିତୃମାତୃ ସମ୍ମିଳନୀ ଅବସରରେ ଆଚାର୍ଯ୍ୟ, ଗୁରୁମା, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମାବେଶରେ ପ୍ରଥମେ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭାଗବତ ପାରାୟଣ ସହ ଭାଗବତ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି ଏବଂ କେନ୍ଦୁଝରଗଡ଼ ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଅକ୍ଷୟ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ସେହିପରି ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, ଜିତେନ୍ଦ୍ର ବେହେରା, ହରିଚନ୍ଦନପୁର ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସାହୁ ଏବଂ ହୁଣ୍ଡା ମହାପାଟ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନାରାୟଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଳକ ବାଳିକାମାନଙ୍କ ହୃଦୟରେ ଭଗବତ୍ ଭାବ ସଞ୍ଚାର କରିବା ପାଇଁ ଉଦ୍ବୋଧନ ଦେଇଥିଲେ।ଏହି ମହାନ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମ୍ପାଦକ ଲଳିତ କୁମାର ମହାନ୍ତ ସଭାପତିତ୍ୱ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଦେହୁରୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁମା ସୁକୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଗୁରୁଜୀ ତ୍ରିଲୋଚନ ମହାନ୍ତ, ସାଧୁଚରଣ କିସାନ, ଯୋଗମୟ ଜୁଆଙ୍ଗ, ଗୁରୁମା ଜ୍ୟୋତିର୍ମୟୀ ମହାନ୍ତ, ରୀନାରାଣୀ ସାହୁ, ସେବିକା ପାର୍ବତୀ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମିତ୍ରଭାନୁ ପରିଡ଼ା, ଉପସଭାପତି ଭାନୁମତୀ ମହାନ୍ତ, ଅଗସ୍ତି ବାରିକ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଜୁଆଙ୍ଗ, ସୋମଗିରି ଭାଗବତ ଟୁଙ୍ଗି ସମ୍ପାଦକ ଚକ୍ରଧର ବାରିକ, ହରିଚନ୍ଦନପୁର ବ୍ଲକ ସମ୍ପାଦକ ବିଚିତ୍ରାନନ୍ଦ ବେହେରା ଏବଂ ବାଂଶପାଳ ଭାଗବତ ଟୁଙ୍ଗି ଭକ୍ତ ଗୟାମଣି ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।

