ସାହାରପଡା : ୨୯/୮(ନ.ଓ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁରସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚନୀ ସାକ୍ଷରତା କ୍ଲବ୍ର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ କାର୍ଯ୍ୟକ୍ରମ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ ମହାନ୍ତ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନୀ ସଚେତନତା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ମତଦାନର ଗୁରୁତ୍ୱ, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା ବୃଦ୍ଧି, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ, ମତଦାନର ଗୁରୁତ୍ୱ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକଙ୍କ ସକ୍ରିୟ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ନୂତନ ଓ ଯୁବ ମତଦାତା ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସହିତ ଯୋଡ଼ିବା, ନିର୍ଭୟ ଓ ସଚେତନ ଭାବେ ମତଦାନ କରିବା ପାଇଁ ପ୍ରେରିତ କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ନିର୍ବାଚନୀ ସାକ୍ଷରତାକୁ ତୃଣମୂଳ ସ୍ତରରେ ଅଧିକ ବ୍ୟାପକ କରିବା ସହ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସଚେତନ ଓ ଦାୟିତ୍ୱବାନ ମତଦାତା ହିଁ ଏକ ସୁଦୃଢ଼ ଗଣତନ୍ତ୍ରର ମୂଳ ଆଧାର ବୋଲି ମତପ୍ରକାଶ ପାଇଥିଲା।
ଉଦୟପୁର ମହାବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍ର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ
ସାହାରପଡା : ୨୯/୮(ନ.ଓ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁରସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚନୀ ସାକ୍ଷରତା କ୍ଲବ୍ର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ କାର୍ଯ୍ୟକ୍ରମ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ ମହାନ୍ତ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନୀ ସଚେତନତା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ମତଦାନର ଗୁରୁତ୍ୱ, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା ବୃଦ୍ଧି, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ, ମତଦାନର ଗୁରୁତ୍ୱ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକଙ୍କ ସକ୍ରିୟ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ନୂତନ ଓ ଯୁବ ମତଦାତା ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସହିତ ଯୋଡ଼ିବା, ନିର୍ଭୟ ଓ ସଚେତନ ଭାବେ ମତଦାନ କରିବା ପାଇଁ ପ୍ରେରିତ କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ନିର୍ବାଚନୀ ସାକ୍ଷରତାକୁ ତୃଣମୂଳ ସ୍ତରରେ ଅଧିକ ବ୍ୟାପକ କରିବା ସହ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସଚେତନ ଓ ଦାୟିତ୍ୱବାନ ମତଦାତା ହିଁ ଏକ ସୁଦୃଢ଼ ଗଣତନ୍ତ୍ରର ମୂଳ ଆଧାର ବୋଲି ମତପ୍ରକାଶ ପାଇଥିଲା।
ବରିଷ୍ଠ ସମାଜସେବୀ ସମ୍ବର୍ଦ୍ଧିତ
ବ୍ଲକ ପଞ୍ଚାୟତ ବିକାଶ ଯୋଜନା ନେଇ ପାଟଣାରେ ପଞ୍ଚାୟତ ସମିତି ବୈଠକ
ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ଉତ୍ତ୍ୟକ୍ତ ଲୋକଙ୍କ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ
ଘଟଗାଁ:୨୭।୮(ନ.ଓ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡା ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ହାତୀ କ୍ଷତିଗ୍ରସ୍ତ । ଆଜି ସକାଳ ୮ଟା ରୁ ଏହି ଅବରୋଧ ଆରମ୍ଭ ହୋଇ ସାଢ଼େ ୧୦ଟାରେ ଶେଷ ହୋଇଥିଲା । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳକୁ ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା , ଢେଙ୍କିକୋଟ ବିଟ ଅଧିକାରୀ ତ୍ରିନାଥ ନାଏକ , ଘଟଗାଁ ବନାଞ୍ଚଳ ଅଧିକାରୀ ବବୃବାହାନ ସାହୁ , ଢେଙ୍କିକୋଟ ଭାରପ୍ରାପ୍ତ ବନପାଳ ଶରଣ କୁମାର ବାରିକ ଓ ଜିଲ୍ଲା ମୁଖ୍ୟାଳୟ ରୁ ବନ ବିଭାଗ ଏ ସି ଏଫ୍ ସୁଦୀପ୍ତ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟି ଥିଲା। ସୂଚନା ଯୋଗ୍ୟ ଯେ ଗତ କିଛିଦିନ ଧରି ଦୁଇଟି ହାତୀପଲରେ ୨୦ ଓ ୯ଟି ହାତୀ ବିଭିନ୍ନ ଗ୍ରାମରେ ପଶି ଧାନ ଫସଲ ସହ ବୋଇତାଳୁ, ମକା ଓ ଅନ୍ୟାନ୍ୟ ଚାଷ ନଷ୍ଟ କରୁଛନ୍ତି। ଗତକାଲି କେତାଙ୍ଗ ଗ୍ରାମ ରେ ୯ ଟିକିଆ ହାତୀପଲ ଉପଦ୍ରବ ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ବାବୁଲି ମହାନ୍ତ ଙ୍କ ଘର ଭାଙ୍ଗି ଦେଇଛନ୍ତି। ଘର ଭିତରେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଧୋବାପିଟିଣା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଭୟ ଆହୁରି ବଢିଛି। ବନ ବିଭାଗର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ନିୟମିତ ହାତୀ ପେଟ୍ରୋଲିଂ, ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବା ଏବଂ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ଦେବା ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚିବା ପରେ ଉତ୍ୟକ୍ତ ଲୋକ ଶାନ୍ତ ପଡ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତ ପରିବାର କୁ ସହାୟତା ଦିଆଯିବା ଓ ଟର୍ଚ୍ଚ ଲାଇଟ୍ ଦିଆଯିବା କୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟି ଥିଲା।
ଢେଙ୍କିକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷାବନ୍ଧନ
ଢେଙ୍କିକୋଟ:୨୭।୮(ନ.ଓ) ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଢେଙ୍କିକୋଟ ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ଯୋଗଦେଇ ରାକ୍ଷୀ ବନ୍ଧନ ର ମହତ୍ବ ସମ୍ବଦ୍ଧରେ କହିଥିଲେ । ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତ ସଂଘ ସହିତ ରାକ୍ଷୀ ବନ୍ଧନ ସହିତ ଥିବା ସମ୍ପର୍କ ସମ୍ବନ୍ଧରେ କହିଥିଲେ। ଆଚାର୍ଯ୍ୟ ବୈଲୋଚନ ରାଉତ ଅତିଥି ପରିଚୟ କରିଥିଲେ । ଆଚାର୍ଯ୍ୟ ଯଶୋବନ୍ତ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଶିଶୁ ଭାଇ ଭଉଣୀ ମାନେ ରାକ୍ଷୀ ସମୂହ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଆଚାର୍ଯ୍ୟ ନିରଞ୍ଜନ ମହାନ୍ତ ସଂଘ ପ୍ରାଥନା କରିବା ସହ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ।
ହାତୀ ଦ୍ୱାରା କ୍ଷତିଗ୍ରସ୍ତ ପରିବାର ଙ୍କୁ ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା
ପାଟଣା ୨୭।୮(ନ.ଓ) କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ଠାରେ ବନ ବିଭାଗ ପକ୍ଷରୁ ଏକ ଅନୁକମ୍ପା ରାଶି ସହାୟତା ପ୍ରଦାନ ସଭା ଅନୁଷ୍ଠିତ ହୋଇଛି। ଏଥିରେ ହାତୀ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ପାଟଣା ରେଞ୍ଜ ଅଞ୍ଚଳର ର ୫୬ ଜଣ କ୍ଷତିଗ୍ରସ୍ତ ପରିବାରଙ୍କୁ ଜିଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ଙ୍କ ଉପସ୍ଥିତି ରେ ଅନୁକମ୍ପା ମୂଳକ ସହାୟତା ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଷ ଜମି, ଗୃହ କ୍ଷତିଗ୍ରସ୍ତ ପାଇଁ ଆର୍ଥିକ ସହାୟତା ରାଶି ସହ ଖାଦ୍ୟଶସ୍ୟ ଡ୍ରମ ଓ ଟ୍ରର୍ଚ୍ଚ ଲାଇଟ୍ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ ଙ୍କ ସହ ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ପାଟଣା ବ୍ଲକ ଅଧ୍ୟକ୍ଷା ବିଣାପାଣି ନାୟକ, ସ୍ଥାନୀୟ ସରପଞ୍ଚ ପାର୍ବତୀ ଦେହୁରୀ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ ଓ ଏସିଏଫ୍ ସୁଦିପ୍ତ ପଣ୍ଡା ଏବଂ ଲଭଲି ଜୈନ, ପାଟଣା ରେଞ୍ଜର ଆର୍ତ୍ତତ୍ରାଣ ମିର୍ଦ୍ଧା, ବନପାଳ ନିରଞ୍ଜନ ସେଠୀ , ଟିମ୍ ଲିଡର ରଣଜିତ ପଳେଇ ପ୍ରମୁଖ ସାମିଲ ଥିଲେ। ହାତୀ ପଲ ଙ୍କୁ କୌଣସି କ୍ଷତି ନଘଟାଇବା , ସେମାନଙ୍କ ସୁରକ୍ଷିତ ଚଳପ୍ରଚଳ କୁ ସୁରକ୍ଷିତ କରିବା ପ୍ରସଙ୍ଗରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ବିଧାୟକ ଶ୍ରୀ ନାଏକ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ୫୬ କ୍ଷତିଗ୍ରସ୍ତ ପରିବାର କୁ କ୍ଷତି ଅନୁଯାୟୀ ୧୦ ହଜାର ରୁ ୪୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ର ଚେକ୍, ୫ ଜଣକୁ ଶସ୍ୟ ଡ୍ରମ , ୬ ଟି ବନ ସୁରକ୍ଷା ସମିତି କୁ ମୋଟ ୧୨ ଟି ଶକ୍ତିଶାଳୀ ଟର୍ଚ୍ଚ କାର୍ଯ୍ୟକ୍ରମ ରେ ପ୍ରଦାନ କରାଯାଇଥିଲା। ପାଟଣା କାର୍ଯ୍ୟାଳୟ ବନପାଳ ଚିତ୍ତରଞ୍ଜନ ପରିଡ଼ା , ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରା , ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନରକ୍ଷୀ ଲକ୍ଷ୍ମୀକାନ୍ତ ରାଉତ , ହୃଦାନନ୍ଦ ମହାନ୍ତି , ଦେବଯାନୀ ମହାନ୍ତ , ଡଲି ରାଣୀ ସାହୁ , ସୁଜାତା ସାହୁ , ଅନନ୍ୟା ପ୍ରିୟଦର୍ଶିନୀ ନାଏକ ପ୍ରମୁଖ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ କୁ ତରୁଣ କୁମାର ମହାନ୍ତ ସଂଯୋଜନା କରିଥିଲେ।
ପାଟଣା ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ଟାଙ୍ଗରପଡା ରେ ବ୍ଲକ ଠିକାଦାର ସଂଘ ବୈଠକ
ସିଦ୍ଧ ବିନାୟକ ଶିଶୁ ବିଦ୍ୟାଳୟ ମନ୍ଦୀର ରେ ବିଜ୍ଞାନ ମେଳା
ପାଟଣା:୨୬।୮(ନଜର ଓଡ଼ିଶା) ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମ ସ୍ଥିତ ସିଦ୍ଧ ବିନାୟକ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ୨୦୨୬ ବିଦ୍ୟାଳୟ ର ସଂସ୍ଥାପକ ଶୁକଦେବ ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ରେ ଅଧ୍ୟୟନ ରତ ୩୭୦ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୯୦ ଜଣ ଛାତ୍ର ଛାତ୍ରୀ ଙ୍କ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ରେ ସ୍ଥାନ ପାଇଥିଲା ।ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତ ସମ୍ଲେଳନ ର ସଭାପତି ନୃସିଂହନାଥ ସିଂହ , ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୂତିଭୁଷଣ ପ୍ରଧାନ ,ପାଟଣା ଖଣ୍ଡ ସଂଘ ଚାଳକ କାଳୀଚରଣ ମହାନ୍ତ,ବସନ୍ତ କୁମାର ପଲେଇ ,ମହେଶ୍ୱର ମହାନ୍ତ ,ବସନ୍ତ କୁମାର ସାହୁ,ଟଙ୍କଧର ମହାନ୍ତ ପ୍ରମୁଖ ଯୋଗଦେଇ ଥିବାବେଳେ ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ଦାମୋଦର ସାହୁ ,ବୀଣାପାଣି ଉ ପ୍ରା ବିଦ୍ୟାଳୟ ର ଜିତେନ୍ଦ୍ର ସାହୁ ଓ ବଡ ମହୁଲିଡିହା ଉପ୍ରା ବିଦ୍ୟାଳୟ ର ଚନ୍ଦ୍ରାବଳି ଗିରି ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ର ମୂଲ୍ୟାୟନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ଚରଣ ମୁଣ୍ଡା ଓ ଆଚାର୍ଯା ମୋନାଲିସା ମହାନ୍ତ ପ୍ରମୁଖ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ପ୍ରମୁଖ ମେଳା ପରିଚାଲନା କରିଥିଲେ।
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଡାକ୍ତରୀ ପରୀକ୍ଷା ରେ କୃତିତ୍ବ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ପାଟଣା:୨୫/୮,(ନଜର ଓଡ଼ିଶା) ଆଜି ଅପରାହ୍ନରେ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପାର୍ଥସାରଥୀ ବେଜଙ୍କ ସଂଯୋଜନା ଓ ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦୁଇଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭାରେ ମୁଖ୍ୟ ଅତିଥି ଭାବରେ ବଡପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା, ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଳା ସମ୍ପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର କର, ଶାନ୍ତନୁ କୁମାର ସାହୁ, ପ୍ରସନ୍ନ କୁମାର ପରିଡ଼ା, ନଳିନିକାନ୍ତ ଘଣା, କୁଡ଼ୁମି ସେନା ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ, ଶିକ୍ଷକ ଦେବେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। କଠିନ ପରିଶ୍ରମ କଲେ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ। ଶେଷରେ କୃତି ପ୍ରତିଭା ଯଥା କୁମାରୀ ସୋନାଲିସା ମହାନ୍ତ ଓ ମିହିର ମହାନ୍ତଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ ଓ ମକରଧ୍ବଜ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ।
ସର୍ପାଘାତରେ ମୌଲବୀଙ୍କ ସାନ ଭାଇଙ୍କ ମୃତ୍ୟୁ, ଘଟଗାଁରେ ଶୋକ
ଘଟଗାଁ:୨୫/୮(ନଜର ଓଡ଼ିଶା)ଘଟଗାଁ ବ୍ଲକ ଅଞ୍ଚଳ ୨୦ ନଂ ଜାତୀୟ ରାଜପଥ ଗଦାଧରପୁର ନିକଟରେ ଟାୟାର ମରାମତି ଦୋକାନ କରିଥିବା ତଥା ଢେଙ୍କିକୋଟ ସନ୍ନିକଟ ସାନ୍ତରାପୁର ମସଜିଦ ର ମୌଲବୀ ଏମ ଡି ଇରଫାନ ଙ୍କ ସାନ ଭାଇ ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ନରସରା ଗ୍ରାମର ଏମଡି ନାଜିର ଙ୍କ ପୁଅ ଏମଡି ଅରମାନ(୩୦) ଙ୍କ ର ସର୍ପାଘାତ ରେ ପରଲୋକ ଘଟିଛି । ଗତକାଲି ରାତି ସେ ଗଦାଧରପୁର ନିଜ ଦୋକାନରେ ଶୋଇଥିବା ବେଳେ ତାଙ୍କ ଅଜଣାତରେ ତାଙ୍କୁ ଏକ ରଣା ସାପ କାମୁଡିଥିଲା । ନିଜକୁ ଅସୁସ୍ଥ ମନେ କରିବା ପରେ ସେ ତାଙ୍କ ବଡ ଭାଇ ମୌଲବୀ ଏମଡି ଇରଫାନ ଙ୍କୁ ଡକାଇ ଘଟଗାଁ ଡାକ୍ତରଖାନା ଯାଇଥିଲେ । ଅବସ୍ଥା ଉଦେଗଜନକ ଥିବାରୁ ତାଙ୍କୁ କେନ୍ଦୁଝର ମେଡିକାଲ କଲେଜ ହସ୍ପିଟାଲ ସ୍ତାନାନ୍ତର କରାଯିବା ସମୟରେ ରାସ୍ତାରେ ଅରମାନ ପ୍ରାଣ ହରାଇଛନ୍ତି । ଏ ନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଢେଙ୍କିକୋଟ ପୁଲିସ ବିଟ ଅଧିକାରୀ ତ୍ରିନାଥ ନାଏକ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ମର ଶରୀର ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି ।
ଆନନ୍ଦେଶ୍ୱର ମନ୍ଦିରରେ ହନୁ ମାଙ୍କଡ଼ର ଅଭିନବ ଶିବ ଆରାଧନା
ପାଟଣା:୨୫/୮,(ନଜର ଓଡ଼ିଶା) ପାଟଣା ମୁଖ୍ୟାଳୟ ଅଞ୍ଚଳର ପ୍ରସିଦ୍ଧ ଆନନ୍ଦେଶ୍ୱର ମନ୍ଦିର ପରିସରରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଏକ ଅଭାବନୀୟ ତଥା ଭକ୍ତିପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ ଏକ ହନୁ ମାଙ୍କଡ଼ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଶିବଲିଙ୍ଗ ନିକଟରେ ବସି ରହିବା ଓ ପ୍ରଭୁଙ୍କୁ ପ୍ରଣାମ କରି ସେଠାରେ ନଡ଼ିଆ ଖାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ଖିରେଇଟାଙ୍ଗିରି ଅଞ୍ଚଳରେ ବନ ବିଭାଗର ଚାରା ବଣ୍ଟନ, ୨୨୫୦ ଚାରା ପ୍ରଦାନ
ପାଟଣା ୨୫/୮ (ନଜର ଓଡ଼ିଶା) ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରି ବନକ୍ଷେତ୍ର ତରଫରୁ ଚାରା ବଣ୍ଟନକୁ ବ୍ୟାପକ କରାଯାଇଛି। ଏହି କ୍ରମରେ ଆଜି ଖିରେଇଟାଙ୍ଗିରି ସାପ୍ତାହିକ ହାଟ, କିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଲମଣୀ ଉଚ୍ଚ ବିଦ୍ୟାଳୟ ଡେଣୁଆ, ଯଜପଶି ଗ୍ରାମପଞ୍ଚାୟତ, ହାତିବାରି ଗ୍ରାମ ଆଦି ସ୍ଥାନରେ ମାଗଣା ଚାରା ବଣ୍ଟନ କରାଯାଇଥିବା ବେଳେ ବନକ୍ଷେତ୍ର କାର୍ଯ୍ୟାଳୟ ଠାରେ ୧ ଟଙ୍କା ବିନିମୟରେ ସମୁଦାୟ ୨୨୫୦ ଟି ଚାରା ଲୋକ ମାନଙ୍କୁ ପ୍ରଦାନ କରାଯାଇଛି। ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଏବଂ ବନରଖି ଡଲି ରାଣୀ ସାହୁ, ଯମୁନାପଶି ବନରଖି ଅନନ୍ୟା ପିୟଦର୍ଶନି ନାୟକ ଏବଂ ତୁରୁମୁଙ୍ଗା ବନରଖି ସୁଜାତା ସାହୁ ପ୍ରମୁଖ ସହାୟତା କରିଥିଲେ।
ବିଧାୟକଙ୍କ ନିଜ ସାହିରେ ନାହିଁ ଡ୍ରେନ୍: ଘରେ ପଶୁଛି ବର୍ଷା ଜଳ, ଭୁଶୁଡ଼ିଲା କାନ୍ଥ
ପାଟଣା, ୨୫।୮(ନଜର ଓଡ଼ିଶା) ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦ ନୂଆସାହିରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଲଗାତାର ବର୍ଷାରେ ରାସ୍ତା ସାରା ପାଣି ଜମି ରହିବା ସହ ଲୋକଙ୍କ ଘରେ ବର୍ଷା ଜଳ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ତୁରୁମୁଙ୍ଗା ଲକ୍ଷ୍ମୀ ମଣ୍ଡପଠାରୁ କ୍ଲବ ଘର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ନାଳ ଅଭାବରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ବିଶେଷକରି ବିଜେପି ପଞ୍ଚାୟତ ପ୍ରମୁଖ ନାଗେଶ୍ଵର ମହାରାଣଙ୍କ ଘର ନିକଟରେ କୃତ୍ରିମ ଜଳାଭ୍ରବ ସୃଷ୍ଟି ହୋଇଥିବା ବେଳେ ବର୍ଷା ପାଣି ଜମି ରହି ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି; ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଶ୍ରୀ ମହାରାଣା ନିଜେ ବର୍ଷାରେ ଭିଜି ପାଣି ନିଷ୍କାସନ କରିବା ସହ ଅଭିଯୋଗ କରିଛନ୍ତି ଯେ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ସୁଦ୍ଧା ଡ୍ରେନ୍ ଅଭାବ ଓ ଜଳବନ୍ଦୀ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଦୀର୍ଘଦିନର ଏହି
ଗୁରୁତର ସମସ୍ୟା ପ୍ରତି ପ୍ରଶାସନିକ ଅବହେଳା ଯୋଗୁଁ ଯାତାୟାତ ସହ ଆସବାବପତ୍ର ଓ ଘରଦ୍ଵାର ପ୍ରଭାବିତ ହେଉଛି। ଆଗାମୀ ଦିନରେ ଅଧିକ ବର୍ଷା ହେଲେ ପରିସ୍ଥିତି ଆହୁରି ଭୟାବହ ହେବାର ଆଶାଙ୍କା ଥିବାରୁ, ସାହିରେ ତୁରନ୍ତ ପକ୍କା ଡ୍ରେନ୍ ନିର୍ମାଣ କରି ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରିବାକୁ ସାହିବାସିନ୍ଦା ଦାବି କରିଛନ୍ତି।














