ପାଟଣାରେ ‘ନିଶାମୁକ୍ତ ଭାରତ ଅଭିଯାନ’ ନେଇ ସଚେତନତା କାର୍ଯ୍ୟକ୍ରମ
ପାଟଣା:୩୧/୦୮(ବ୍ୟୁରୋ ରିପୋର୍ଟ)କେନ୍ଦୁଝର ଜିଲ୍ଲା ପାଟଣାରେ ‘ନିଶାମୁକ୍ତ ଭାରତ ଅଭିଯାନ’କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋମବାର ପାଟଣା ଥାନା ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥସାରଥୀ ବେଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ଥାନାର ଏଏସ୍ଆଇ ଧନେଶ୍ୱର ପାତ୍ର, ଏଏସ୍ଆଇ ଗୌରହରି ଗାରଡିଆ, କନଷ୍ଟେବଳ ସୌଦାମିନୀ ନାଏକ, ନଳିନୀ ମହାନ୍ତ, ସୁଲେଖା ବେହେରା ଏବଂ ସମାଜସେବୀ ବିଦ୍ୟାଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ, ମଞ୍ଜୁଲତା ସାହୁ, ଅଞ୍ଜଳୀ ଦଣ୍ଡପାଟ, ପ୍ରଜ୍ଞା ସାଧନା ଦାସ ଏବଂ ଜୁନିଅର ଆସିଷ୍ଟାଣ୍ଟ ମଞ୍ଜୁବାଳା ମିଶ୍ରଙ୍କ ସମେତ ବହୁ ଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଏଏସ୍ଆଇ ଧନେଶ୍ୱର ପାତ୍ର ଓ ଏଏସ୍ଆଇ ଗୌରହରି ଗାରଡିଆ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ନିଶା ସେବନର କୁପ୍ରଭାବରୁ ଦୂରେଇ ରହିବା ସହ ଏକ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା, ପରିବାରର ସହଯୋଗ ଏବଂ ସାମାଜିକ ଦାୟିତ୍ୱର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ପରେ ଉପସ୍ଥିତ ଛାତ୍ରୀ ଓ ଅନ୍ୟମାନଙ୍କୁ ନିଶା ସେବନରୁ ଦୂରେଇ ରହିବା ଏବଂ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା ପାଇଁ ଶପଥ ପାଠ କରାଯାଇଥିଲା।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
