ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଘଟଗାଁ ହୋଟେଲ ଗ୍ଲୋବାଲ ଇନ୍‌ରେ ହୋଟେଲ ମ୍ୟାନେଜମେଣ୍ଟ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ


ଘଟଗାଁ, ୩୧/୦୮ (ବ୍ୟୁରୋ ରିପୋର୍ଟ): କେନ୍ଦୁଝର ଜିଲ୍ଲାର ଘଟଗାଁ କଲେଜ ଛକ ନିକଟସ୍ଥ ପ୍ରତିଷ୍ଠିତ ହୋଟେଲ ଗ୍ଲୋବାଲ ଇନ୍‌ ପରିସରରେ ହୋଟେଲ ମ୍ୟାନେଜମେଣ୍ଟ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମରେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଏବଂ ହୋଟେଲ ଗ୍ଲୋବାଲ ଇନ୍‌ର ପରିଚାଳନା ନିର୍ଦ୍ଦେଶକ ଏସ୍‌.କେ. ଇମରାନ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ହୋଟେଲ ଗ୍ଲୋବାଲ ଇନ୍‌ର ଜେନେରାଲ ମ୍ୟାନେଜର ଜସିମ ସେକ୍‌। ବରିଷ୍ଠ ସମାଜସେବୀ ତଥା ହୋଟେଲ ଗ୍ଲୋବାଲ ଇନ୍‌ର ଏମ୍‌ଡିଙ୍କ ପିତା ସେକ୍‌ ମୋବିନ କାର୍ଯ୍ୟକ୍ରମର ମାର୍ଗଦର୍ଶକ ଭାବେ ଉପସ୍ଥିତ ଥିଲେ। ସାମ୍ବାଦିକ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ସମେତ ସାମ୍ବାଦିକ ତଥା ଉଦ୍‌ଘୋଷକ ସଞ୍ଜୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ଆତ୍ମନିର୍ଭରଶୀଳ ହେବା, ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିବା, ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଏବଂ ନିଜର ଭବିଷ୍ୟତ ଗଢ଼ିବା ଉପରେ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂହ, ପ୍ରଫୁଲ୍ଲ କୁମାର ରାଉତ, ଭୀମସେନ ବଳ, ନୃସିଂହ ନାଥ ସିଂହ ଏବଂ ଯୁବ ପ୍ରତିଭା ସାଇ ଦୁର୍ଗା ପ୍ରସାଦ ପ୍ରମୁଖ ଦକ୍ଷତା ବିକାଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ସମ୍ପର୍କରେ ନିଜ ମତ ରଖିଥିଲେ।ଶେଷରେ ପ୍ରଶିକ୍ଷଣ ସମାପ୍ତ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ହୋଟେଲ ମ୍ୟାନେଜମେଣ୍ଟ ଓ ଆତିଥ୍ୟ କ୍ଷେତ୍ରରେ ଭବିଷ୍ୟତରେ ରୋଜଗାର ଓ ଦକ୍ଷତା ବିକାଶ ପାଇଁ ଉତ୍ସାହିତ କରିଛି।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।