ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଥମୁନି ହାତୀପଲଙ୍କ ଉପଦ୍ରବ: ଏକର ଏକର ଫସଲ ନଷ୍ଟ, ଭାଙ୍ଗିଲେ ୩ ଘର ।

 ଘଟଗାଁ, ୨୪/୮: (ନଜର ଓଡ଼ିଶା)କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ କାଶିବେଡା ଗ୍ରାମରେ ଥମିବାର ନାଁ ଧରୁନି ହାତୀପଲଙ୍କ ଉପଦ୍ରବ। ପ୍ରାୟ ୨୦ଟି ହାତୀଙ୍କ ଏକ ପଲ ଗତ ୫ ଦିନ ଧରି ଗାଁ ଓ ଚାଷଜମିରେ ଘୁରି ବୁଲିବା ସହ ଏକର ଏକର ଧାନ, ମକା ଓ ବୋଇତାଳୁ ଫସଲ ନଷ୍ଟ କରିଛନ୍ତି। ହାତୀଙ୍କ ଲଗାତାର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଓ ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି।ଗତ ବିଳମ୍ବିତ ରାତିରେ ହାତୀପଲ ଗ୍ରାମର ମହେନ୍ଦ୍ର ନାୟକ, ରାଧାକାନ୍ତ ନାୟକ ଓ ରତ୍ନାକର ନାୟକଙ୍କ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି। ଘର ଭିତରେ ମହେନ୍ଦ୍ରଙ୍କ ପରିବାର ଶୋଇଥିବା ସମୟରେ ହାତୀ କାନ୍ଥ ଭାଙ୍ଗିଥିଲା। ତେବେ ଅଳ୍ପକେ ବଡ଼ ଅଘଟଣରୁ ପରିବାର ଲୋକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ହାତୀମାନେ ଘର ଭିତରେ ପଶି ଧାନ ଓ ଚାଉଳ ଖାଇବା ସହ ଘରର ବ୍ୟାପକ କ୍ଷତି କରିଛନ୍ତି। ସେହିପରି ଗ୍ରାମର ସନାତନ ବାରିକ, ଦଶରଥ ବାରିକ, ଅଗସ୍ତି ବାରିକ, ଗୋପବନ୍ଧୁ ଘଟଣା ଓ ଜଳଧର ମାଝୀଙ୍କ ସମେତ ଅନେକ ଚାଷୀଙ୍କ ଧାନ ଫସଲ ହାତୀପଲ ଖାଇବା ସହ ଦଳିମକଚି ନଷ୍ଟ କରିଛନ୍ତି। ଫଳରେ ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀପଲ ଡେରା ପକାଇଥିବାରୁ ସନ୍ଧ୍ୟା ହେଲେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ବଢ଼ିଯାଉଛି। ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖିବା ସହ ହାତୀପଲଙ୍କୁ ଗାଁ ଓ ଚାଷଜମି ଠାରୁ ଦୂରେଇବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ଓ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ହାତୀ ଉପଦ୍ରବରେ ଭାଙ୍ଗିଥିବା ଘର ଏବଂ ନଷ୍ଟ ହୋଇଥିବା ଫସଲର ତୁରନ୍ତ କ୍ଷୟକ୍ଷତି ଆକଳନ କରି ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।