ପାଟଣା ୨୪/୮ (ନଜର ଓଡ଼ିଶା) ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କକାର୍ଯ୍ୟାଳୟରେ ୪୧ଜଣ ୪ର୍ଥ ବର୍ଗରୁ ତୃତୀୟ ବର୍ଗକୁ ଉନ୍ନୀତ ହୋଇଥିବା ପାଟଣା ବ୍ଲକର ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଥିବାବେଳେ ଅନ୍ୟ ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ ବ୍ଲକ୍ ରେ ନିଯୁକ୍ତି ହୋଇଛନ୍ତି। ଆଜି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ପଦୋନ୍ନତି ପତ୍ର ବଣ୍ଟନ ମେଳା ରେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଳା ସମ୍ପାଦକ କମଳାକାନ୍ତ ପତି ଏଵଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସର୍ବଶ୍ରୀ ପ୍ରକାଶ କୁମାର ରାୟ, ସଚ୍ଚିଦାନନ୍ଦ ସେଠୀ, ଜଗଦୀଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସମସ୍ତ ପଦୋନ୍ନତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପଦନ୍ନୋତି ପତ୍ର ବଣ୍ଟନ କରାଯାଇଛି।
Blogger Comment
Subscribe to:
Post Comments (Atom)
