ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ସ୍ୱାଧୀନତାର ୮୦ ବର୍ଷ ପରେ ବି ପକ୍କା ରାସ୍ତା ସ୍ୱପ୍ନ ବର୍ଷାରେ ବିଚ୍ଛିନ୍ନ ହେଉଛି ୪୩ ଗାଁ

 ପାଟଣା:୨୪/୮ (ନଜର ଓଡ଼ିଶା)ଦେଶ ସ୍ୱାଧୀନତାର ୮୦ ବର୍ଷ ପୂରଣ କରିବାକୁ ଯାଉଥିଲେ ହେଁ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ସୁଯୋଗର ଅଭାବ ଏବେ ବି ଯୋଜନାର ଅସଲ ଚେହେରା ପଦାରେ ପକାଉଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ କେନ୍ଦେଇପଶି ପଞ୍ଚାୟତର ସିଲିଦା ଜହ୍ମେଇ ନାଳରୁ ଖୁଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ୨.୬ କିଲୋମିଟର ରାସ୍ତା ଏହାର ଏକ ଜ୍ୱଳନ୍ତ ଉଦାହରଣ।

ଦୀର୍ଘଦିନ ଧରି ଏହି ରାସ୍ତାଟି ସମ୍ପୂର୍ଣ୍ଣ କଚ୍ଚା ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ବେଳେ ବର୍ଷା ଦିନ ଆସିଲେ ଏଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ ଏବେ ଏକ ବଡ଼ ଦୁଃସ୍ୱପ୍ନ ପାଲଟିଛି। ଚାଲିଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି।

ଅଭିଯୋଗ ଅନୁଯାୟୀ, ଏହି ୨.୬ କିଲୋମିଟର ରାସ୍ତା ଉପରେ କେବଳ କେନ୍ଦେଇପଶି ନୁହେଁ, ବରଂ ଆଖପାଖ ୪ଟି ଗ୍ରାମପଞ୍ଚାୟତର ପ୍ରାୟ ୪୩ଟି ଗାଁର ହଜାର ହଜାର ଜନସାଧାରଣ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସ୍ଥାନୀୟ ଲୋକେ ନିଜ ଦୈନନ୍ଦିନ ଆବଶ୍ୟକତା, ହାଟବଜାର, ବ୍ୟାଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ସେବାକେନ୍ଦ୍ର ଏବଂ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ଯିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି।ମାତ୍ର ମଝିରେ ଥିବା ଦୁଇଟି କ୍ଷୁଦ୍ର ପୋଲ ଭାଙ୍ଗିରୁଜି ନଷ୍ଟ ହୋଇଯାଇ ଥିବାରୁ ସାମାନ୍ୟ ବର୍ଷରେ ନାଳ ର ଜଳସ୍ତର ବୃଦ୍ଧି ପାଇ ରାସ୍ତା ଉପରେ ପାଣି ଚାଲୁଛି।ଫଳରେ ବାଇକ୍,ସାଇକେଲ ତ ଦୂରର କଥା ଲୋକ ପଦରେ ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ବର୍ଷା ଦିନେ ରାସ୍ତା ବିଚ୍ଛିନ୍ନ ହୋଇଯାଉଥିବାରୁ କୋମଳମତି ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇ ନପାରି ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ।ସବୁଠାରୁ ଗୁରୁତର ବିଷୟ ହେଉଛି, ଏହି ଦୟନୀୟ ରାସ୍ତା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମକୁ ଆମ୍ବୁଲାନ୍ସ ଆସିବା ପାଇଁ ବାଟ ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାମାନେ ଅତ୍ୟଧିକ ଯନ୍ତ୍ରଣା ଭୋଗୁଛନ୍ତି। ସମୟରେ ରୋଗୀଙ୍କୁ ଖଟିଆ, ଭାର କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରାୟ ୨ କିଲୋମିଟରରୁ ଊର୍ଦ୍ଧ୍ୱ କାଦୁଅ ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି।


ସ୍ଥାନୀୟ ଅଞ୍ଚଳବାସୀ ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଢ଼ ଦାବି କରିଛନ୍ତି। ଏହି ୨.୬ କିଲୋମିଟର ଦୀର୍ଘ ରାସ୍ତାକୁ ତୁରନ୍ତ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ସାମିଲ କରି ପକ୍କା ରାସ୍ତା ନିର୍ମାଣ କରାଯାଉ। ଏହାସହିତ ଭାଙ୍ଗି ପଡ଼ିଥିବା ଦୁଇଟି ପୋଲର ପୁନଃନିର୍ମାଣ କରି ଯାତାୟାତ ସୁଗମ କରିବା ପାଇଁ ଅଞ୍ଚଳବାସୀ କେନ୍ଦୁଝର ମାଟିର ପୁଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ିଛନ୍ତି।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।