ସାହାରପଡା:୨୪/୮ (ନଜର ଓଡ଼ିଶା): ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ୍ ଦୁବେଇପେଣ୍ଠ ଗ୍ରାମରେ ଏକ ବିରାଟ ପୁରୁଣା ଅଶ୍ୱତ୍ଥ ଗଛ ଉପୁଡ଼ି ସ୍ଥାନୀୟ ଟେଆଁ ନାୟକ ଓ ରାମଚନ୍ଦ୍ର ନାୟକଙ୍କ ଘର ଉପରେ ପଡ଼ିଛି। ଏହି ଗଛ ଘର ଉପରେ ପଡ଼ିଥିଲେ ମଧ୍ୟ କୌଣସି ଜୀବନ ହାନି ହୋଇ ନାହିଁ। ଗଛରେ ମହୁମାଛି ବସା ଥିବାରୁ ଲୋକେ ଅଥବା ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କରିବା ପାଇଁ ଘର ନିକଟକୁ ଯାଇ ପାରି ନଥିଲେ।ଗ
ଛକୁ ଡାଳ କାଟି ହଟାଇବାରେ ବିଳମ୍ବ ହୋଇଥିଲା। ବର୍ଷା ଲାଗି ରହିଥିବାରୁ ଘର ଲୋକେ ମୁଣ୍ଡ ଗୁଞ୍ଜିବାକୁ ବିକଳ୍ପ ବ୍ୟବସ୍ଥା ଦେଖୁଥିବାବେଳେ ପ୍ରଶାସନ ପକ୍ଷରୁ ଉଭୟ ପରିବାରକୁ ତୁରନ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି।
