ପାଟଣା:୨୮।୮(ନ.ଓ) କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ ଭିଜିଲାନ୍ସର ଚଢ଼ାଉ ହୋଇଛି। ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ କନିଷ୍ଠ ରାଜସ୍ୱ ସହାୟକ ଙ୍କୁ ଘଟଣା ସ୍ଥଳରୁ ଭିଜିଲାନ୍ସ ଧରିବା ସହ ଲାଞ୍ଚ ପଇସା ଜବତ କରିଛି। ପାଟଣା ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ବି ଏଚ୍ ଉମା ଶଙ୍କର ମ୍ୟୁଟେସନ ବା ପାର୍ଟିସନ୍ ସୁଟ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ୬ ହଜାର ଟଙ୍କା ରେ ରାଜି ହୋଇଥିଲେ । ଲାଞ୍ଚ ସମ୍ପର୍କରେ ସେ ଗତ କାଲି ଭିଜିଲାନ୍ସ ବିଭାଗ କୁ ସୂଚନା ମଧ୍ୟ ଦେଇଥିଲେ । ଖିରେଇଟାଙ୍ଗରୀ ପଞ୍ଚାୟତ ଡଳଙ୍ଗ ଗ୍ରାମର କୁଶଳେଶ୍ୱର ମହାନ୍ତଙ୍କ ଠାରୁ ଆଜି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତହସିଲ କାର୍ଯ୍ୟାଳୟ ରେ ଚଢ଼ାଉ କରିଥିଲା। କନିଷ୍ଠ ରାଜସ୍ୱ ସହାୟକ ଙ୍କ ଠାରୁ ୬ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ, ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ଚିତ୍ରଗୁପ୍ତ ଚାମ୍ପିଆ ଓ କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର ଉଲିପି ବେହେରା ଙ୍କ ସମେତ ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ଘଟଣା ପରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ସଂପର୍କିତ ସମସ୍ତ କାଗଜ ପତ୍ର ଜବତ କରାଯାଇଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନା କେସ ନମ୍ବର ୧୭।୨୦୨୬ ଅଣ୍ଡର ସେକ୍ସନ ୭ ପି ସି ଏମେଣ୍ଡମେଣ୍ଟ ଆକ୍ଟ ୨୦୧୮ ଅନୁଯାୟୀ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଙ୍କ ର ଘର ଓ ଅନ୍ୟ ଏକ ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି।
ପାଟଣା ତହସିଲରେ ଭିଜିଲାନ୍ସ ଚଢ଼ାଉ : ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ରାଜସ୍ୱ ସହାୟକ

ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
Tags:Breaking News
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)