ବ୍ଲକ ପଞ୍ଚାୟତ ବିକାଶ ଯୋଜନା ନେଇ ପାଟଣାରେ ପଞ୍ଚାୟତ ସମିତି ବୈଠକ
ପାଟଣା:୨୮/୮(ନ.ଓ) ସରକାରଙ୍କ ପକ୍ଷରୁ ନବପ୍ରବର୍ତ୍ତିତ ବ୍ଲକ ପଞ୍ଚାୟତ ବିକାଶ ଯୋଜନା କୁ ତ୍ୱରାନ୍ୱିତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପାଟଣା ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଓ ଯୋଜନାର ରୂପରେଖା ନେଇ ଆଲୋଚନା ହୋଇଥିଲା।ବୈଠକରେ ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ଜିଲ୍ଲା ପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ ଓ ରୁନୁ ମହାନ୍ତ, ଏପିଓ ମଧୁସୂଦନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ବେହେରା, ପଲାଣଘାଟି ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ।ବିଡିଓ ଶ୍ରୀ ଦଣ୍ଡପାଟ ବ୍ଲକ ପଞ୍ଚାୟତ ବିକାଶ ଯୋଜନା ର ରୂପରେଖା ଉପସ୍ଥାପନ କରିଥିବା ବେଳେ ଏପିଓ ମଧୁସୂଦନ ପ୍ରଧାନ ଯୋଜନାରେ କେଉଁ ପ୍ରକାରର ପ୍ରକଳ୍ପ ଓ ଉନ୍ନୟନମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯିବ, ସେନେଇ ସୂଚନା ପ୍ରଦାନ କରିଥିଲେ।ବୈଠକରେ ବ୍ଲକ ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ କୁମାର ପଣ୍ଡା, ଇଂ. ବିଶ୍ୱଜିତା ନାୟକ, ଇଂ. ଖେଲାରାମ ମୁର୍ମୁ, ଇଂ. ମନୋଜ ବେହେରା ଓ ଇଂ. ନିହାର ରଞ୍ଜନ ନାୟକ ଉପସ୍ଥିତ ଥିଲେ।ବୈଠକରେ କେତେକ ସରପଞ୍ଚ ନିଜ ନିଜ ପଞ୍ଚାୟତ ଅଞ୍ଚଳରେ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଥିଲେ। ସାଂସଦ ପ୍ରତିନିଧି ଶ୍ରୀ ପଲେଇ ସାଂସଦ ପାଣ୍ଠିରୁ ଗତାନୁଗତିକ ବିକାଶ କାର୍ଯ୍ୟ ବଦଳରେ ସ୍ଥାୟୀ ଓ ଦୀର୍ଘସ୍ଥାୟୀ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବା ନେଇ ମତ ରଖିଥିଲେ। ସେହିପରି ବିଧାୟକ ପ୍ରତିନିଧି ଶ୍ରୀ ଦାଶ ବ୍ଲକ ଅଞ୍ଚଳର ସାମଗ୍ରିକ ବିକାଶକୁ ବିଧାୟକ ପ୍ରାଧାନ୍ୟ ଦେଉଥିବା ଉଲ୍ଲେଖ କରିଥିଲେ।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
Tags:ବ୍ଲକ ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
