ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ଉତ୍ତ୍ୟକ୍ତ ଲୋକଙ୍କ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର

ଘଟଗାଁ:୨୭।୮(ନ.ଓ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡା ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ହାତୀ କ୍ଷତିଗ୍ରସ୍ତ । ଆଜି ସକାଳ ୮ଟା ରୁ ଏହି ଅବରୋଧ ଆରମ୍ଭ ହୋଇ ସାଢ଼େ ୧୦ଟାରେ ଶେଷ ହୋଇଥିଲା । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳକୁ ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା , ଢେଙ୍କିକୋଟ ବିଟ ଅଧିକାରୀ ତ୍ରିନାଥ ନାଏକ , ଘଟଗାଁ ବନାଞ୍ଚଳ ଅଧିକାରୀ ବବୃବାହାନ ସାହୁ , ଢେଙ୍କିକୋଟ ଭାରପ୍ରାପ୍ତ ବନପାଳ ଶରଣ କୁମାର ବାରିକ ଓ ଜିଲ୍ଲା ମୁଖ୍ୟାଳୟ ରୁ ବନ ବିଭାଗ ଏ ସି ଏଫ୍ ସୁଦୀପ୍ତ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟି ଥିଲା। ସୂଚନା ଯୋଗ୍ୟ ଯେ  ଗତ କିଛିଦିନ ଧରି ଦୁଇଟି ହାତୀପଲରେ ୨୦ ଓ ୯ଟି ହାତୀ ବିଭିନ୍ନ ଗ୍ରାମରେ ପଶି ଧାନ ଫସଲ ସହ ବୋଇତାଳୁ, ମକା ଓ ଅନ୍ୟାନ୍ୟ ଚାଷ ନଷ୍ଟ କରୁଛନ୍ତି। ଗତକାଲି କେତାଙ୍ଗ ଗ୍ରାମ ରେ ୯ ଟିକିଆ ହାତୀପଲ ଉପଦ୍ରବ ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ବାବୁଲି ମହାନ୍ତ ଙ୍କ ଘର ଭାଙ୍ଗି ଦେଇଛନ୍ତି। ଘର ଭିତରେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଧୋବାପିଟିଣା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଭୟ ଆହୁରି ବଢିଛି। ବନ ବିଭାଗର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ନିୟମିତ ହାତୀ ପେଟ୍ରୋଲିଂ, ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବା ଏବଂ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ଦେବା ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ଓ‌ ବନ ବିଭାଗ ଅଧିକାରୀ ପହଞ୍ଚିବା ପରେ ଉତ୍ୟକ୍ତ ଲୋକ ଶାନ୍ତ ପଡ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତ ପରିବାର କୁ ସହାୟତା ଦିଆଯିବା ଓ ଟର୍ଚ୍ଚ ଲାଇଟ୍ ଦିଆଯିବା କୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟି ଥିଲା।


ନଜର ଓଡ଼ିଶା, ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️ ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର। 🌐 Website: nazarodishanews24.blogspot.com 📞 Contact: 6372448483 📧 Email: nazarodisha07@gmail.com
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।