ପାଟଣା ୨୩/୮(ନଜରଓଡ଼ିଶା)
ଆଜି ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ସ୍ତରୀୟ ସମୀକ୍ଷା ବୈଠକ ନୂତନ ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବନ ପରିଚାଳନା ଓ ସମୁଦାୟ କଲ୍ୟାଣକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ବିଷୟ ଉପରେ ଏଠାରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ପ୍ରହରୀ କାର୍ଯ୍ୟକ୍ରମ ଓ ବିଦ୍ୟୁତ ସୁରକ୍ଷା ନିରୀକ୍ଷଣ, ପ୍ରଥମ ବର୍ଷର ବୃକ୍ଷରୋପଣର ଜୀବନ୍ତତା ହାର, ବାଉଁଶ, ପଶୁଖାଦ୍ୟ ଓ ଫଳଜାତୀୟ ଚାରାରୋପଣ ଏବଂ ଚାରା ବଣ୍ଟନ, ସୌର ଆଲୋକ ଓ ବନସୁରକ୍ଷା ସମିତି ଆବର୍ତ୍ତନ ପାଣ୍ଠି ଋଣ ପରିଶୋଧ, ମଣିଷ–ହାତୀ ସଂଘର୍ଷ ନିରାକରଣ ସମ୍ବନ୍ଧୀୟ ପଦକ୍ଷେପ ଓ ଅନୁକମ୍ପା ସର୍ଭେ ଅନୁମୋଦନ ସମ୍ପର୍କିତ ବିଷୟ ଗୁଡ଼ିକର ସମୀକ୍ଷା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ପାଟଣା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ପାରା କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ। ରଞ୍ଜିତ ପଲେଇ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପାଟଣା ବନପାଳ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
