ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଶତାୟୁ ଆଦର୍ଶ ମା ଖଇର ନାୟକଙ୍କ ପରଲୋକ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha

 ଘଟଗାଁ:୨୩/୮(ନଜରଓଡ଼ିଶା)

ଶତାୟୁ ଆଦର୍ଶ ମା ହିସାବରେ ଅତୀତରେ ୪୫ତମ ବଳିଦାନ ଦିବସ ପାଳନ ଅବସରରେ ବୀରାଙ୍ଗନା ମହାରଣା, ଦୁର୍ଗାବତୀ ଆଦର୍ଶ ମା ସମ୍ମାନରେ ଜିଲ୍ଲା ସ୍ତରରେ ସମ୍ମାନୀତ ମହିଳା ଖଇର ନାୟକ ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଆଖି ବୁଜିଛନ୍ତି। ଘଟଗାଁ ବ୍ଲକ ସାନ୍ତରାପୁର ଗ୍ରାମ ପଞ୍ଚାୟତର ରାଇବଣ ସାହିରେ ଖଇରଙ୍କର ୧୦୨ ବର୍ଷ ବୟସରେ ପରଲୋକ ଘଟିଛି। ୫୮ ବର୍ଷ ତଳେ ତାଙ୍କ ସ୍ବାମୀ ଗଦାଧର ନାୟକଙ୍କ ପରଲୋକ ହେବା ପରେ ୨ ବର୍ଷର ଏକ ମାତ୍ର ପୁତ୍ର ଗୋବିନ୍ଦଙ୍କୁ ମଣିଷ କରିବା ଓ ପରିବାର ପ୍ରତିପୋଷଣ କରିବା ପାଇଁ ଖଇର ଅନେକ ସଂଘର୍ଷ କରିଥିଲେ। ଖଇରଙ୍କ ପରଲୋକ ଖବର ପାଇ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗୋଣ୍ଡ ସାଂସ୍କୃତିକ ସମାଜର ସଭାପତି ଜନାର୍ଦ୍ଦନ ନାୟକ,ସମ୍ପାଦକ ଚକ୍ରଧର ନାୟକ, ସାନ୍ତରାପୁରର ପୂର୍ବତନ ସରପଞ୍ଚ ଶାନ୍ତନୁ ସିଂ, ଶରତ କୁମାର ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନରେ ସାମିଲ ହୋଇଥିଲେ। ସାନ୍ତରାପୁରର ଡଙ୍ଗାଧାର ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ନାତି ହିମାଂଶୁ ଶେଖର ମୁଖାଗ୍ନୀ ଦେଇଛନ୍ତି।


Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।