ସାହାରପଡ଼ାରେ ଲଗାଣ ବର୍ଷାରେ ଭାଙ୍ଗିଲା ବିଧବାଙ୍କ ଘର, ସରକାରୀ ସହାୟତା ଦାବି
ପାଟଣା,୩୧/୮ (ନ.ଓ) ସାହାରପଡ଼ା ବ୍ଲକ୍ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମର ଅସହାୟ ବିଧବା ମହିଳା ପାନ ମୁଣ୍ଡାଙ୍କ ଘରଟି ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ୭ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମୂଲମଜୁରି ଲାଗି ନିଜର ୩ ଝିଅଙ୍କୁ +୩ ପର୍ଯ୍ୟନ୍ତ ପାଠ ପଢ଼ାଇଛନ୍ତି। ହେଲେ ଝିଅମାନଙ୍କୁ କୌଣସି ନିଯୁକ୍ତି ମିଳି ନଥିବା ବେଳେ ପୁଅ ବିବାହ କରି ଅଲଗା ରହୁଛନ୍ତି। ଫଳରେ ପୁରୁଣା ମାଟି-ଖପରା ଘରଟି ଭାଙ୍ଗିଯିବା ପରେ ମା’ ଓ ଝିଅମାନେ ବାଧ୍ୟ ହୋଇ ପୁଅ ରହୁଥିବା ଘର ବାରଣ୍ଡା ରେ ଦିନ କାଟୁଛନ୍ତି। ଆର ଆଇ ଙ୍କୁ ଆଧାର କାର୍ଡ଼ ସମେତ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ପାଲ ଖଣ୍ଡିଏ ସୁଦ୍ଧା ମିଳି ନଥିବା ପାନ ମୁଣ୍ଡା ଅଭିଯୋଗ କରିଛନ୍ତି। ତୁରନ୍ତ ବ୍ଲକ୍ ପ୍ରଶାସନ ସରକାରୀ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
