ପାଟଣାରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଉଦ୍ୟମ ଅଭିଯୋଗ; ସମ୍ପର୍କୀୟ ଦାଦା ଗିରଫ
ପାଟଣା:୧/୦୯(ବ୍ୟୁରୋ ରିପୋର୍ଟ)ଘରେ ଛାଡ଼ିଦେବାକୁ କହି ସମ୍ପର୍କୀୟ ଝିଆରୀଙ୍କୁ ସ୍କୁଟିରେ ନେଇ ଜଙ୍ଗଲ ରାସ୍ତାକୁ ଯିବା ଏବଂ ସେଠାରେ ଯୌନ ନିର୍ଯାତନା ଉଦ୍ୟମ କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ପାଟଣା ଥାନା ଅନ୍ତର୍ଗତ ତିଳବେଡ଼ା ଗ୍ରାମର ସୁରେନ୍ଦ୍ର ମୁଣ୍ଡା (୩୫)।ପୋଲିସ ସୂଚନା ଓ ଅଭିଯୋଗ ଅନୁଯାୟୀ, ଗତ ଶନିବାର ଯୁକ୍ତ୨ ପଢୁଥିବା ୧୬ ବର୍ଷୀୟା ନାବାଳିକା କଲେଜରୁ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସମ୍ପର୍କୀୟ ଦାଦା ସୁରେନ୍ଦ୍ର ମୁଣ୍ଡା ସ୍କୁଟିରେ ଘରେ ଛାଡ଼ିଦେବାକୁ କହି ତାଙ୍କୁ ସାଙ୍ଗରେ ନେଇଥିଲେ।ଅଭିଯୋଗ ଅନୁସାରେ, ଘରକୁ ନେବା ପରିବର୍ତ୍ତେ ସୁରେନ୍ଦ୍ର ନାବାଳିକାଙ୍କୁ ଏକ ଜଙ୍ଗଲ ରାସ୍ତାକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ଯୌନ ନିର୍ଯାତନା ଉଦ୍ୟମ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି। ନାବାଳିକା ଘଟଣାସ୍ଥଳରୁ ଘରକୁ ଫେରି ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ଏହାପରେ ପରିବାର ପକ୍ଷରୁ ରବିବାର ରାତିରେ ପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପାଟଣା ଥାନାରେ କେସ୍ ନମ୍ବର ୩୦୮/୨୦୨୬ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
