ପାଟଣା:୧/୯ (ବ୍ୟୁରୋ ରିପୋର୍ଟ): ଲଗାଣ ବର୍ଷା ଯୋଗୁଁ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ ନୂଆଗାଁ ଗ୍ରାମରେ ଏକ ମାଟିଘର ଭୂଶୁଡ଼ି ପଡ଼ିଛି। ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ଘର ଗତରାତିରେ ଭାଙ୍ଗି ପଡ଼ିଥିବା ବେଳେ ସୌଭାଗ୍ୟବଶତଃ ଘରେ ଶୋଇଥିବା ତିନିଜଣିଆ ପରିବାର ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁଯାୟୀ, ରାମଚନ୍ଦ୍ର ପାତ୍ର, ତାଙ୍କ ପତ୍ନୀ ମୋନାଲିସା ଓ ପୁଅ ଘର ଭିତରେ ଶୋଇଥିବା ସମୟରେ ଘରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ତେବେ ଭାଗ୍ୟବଶତଃ ପରିବାରର କାହାରି କୌଣସି କ୍ଷତି ହୋଇନାହିଁ।ରାମଚନ୍ଦ୍ର ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଜଣାପଡ଼ିଛି। ଅଭାବୀ ପରିବାରଟି ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ମାଟିଘରେ ରହିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନାରେ ଘର ପାଇନଥିବା ଅଭିଯୋଗ ହୋଇଛି।ଘର ଭୂଶୁଡ଼ି ପଡ଼ିବା ପରେ ଏବେ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଅସୁବିଧାରେ ପଡ଼ିଛି। ଏଭଳି ସ୍ଥିତିରେ ରାମଚନ୍ଦ୍ରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲଗାଣ ବର୍ଷାରେ ଭୂଶୁଡ଼ିଲା ମାଟିଘର, ଅଳ୍ପକେ ବର୍ତ୍ତିଲେ ୩ ଜଣିଆ ପରିବାର

Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)