ହୃଦଘାତରେ ଧର୍ମପରାୟଣ ମହିଳା ଗୋଲାପ ବେହେରାଙ୍କ ପରଲୋକ, ଢେଙ୍କିକୋଟରେ ଶୋକର ଛାୟା
ଘଟଗାଁ:୩୧/୮ (ବ୍ୟୁରୋ ରିପୋର୍ଟ): କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଅଞ୍ଚଳର ବାସିନ୍ଦା ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶଙ୍ଖାଳି ବେହେରାଙ୍କ ଧର୍ମପତ୍ନୀ ଗୋଲାପ ବେହେରା (୬୮)ଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଢେଙ୍କିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଗତରାତି ଗୋଲାପ ବେହେରାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଢେଙ୍କିକୋଟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ସମୟରେ ଗୋଲାପ ବେହେରାଙ୍କ ପରଲୋକ ଘଟିଥିଲା।ତାଙ୍କ ମରଶରୀର ପ୍ରଥମେ ଢେଙ୍କିକୋଟ ଅଣାଯାଇଥିବା ବେଳେ ପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ଗଗନ ବେହେରା ମୁଖାଗ୍ନି ଦେଇଥିଲେ।ଅନ୍ତିମ ସଂସ୍କାର ସମୟରେ ପୁଅ ଦିଲୀପ, ସଞ୍ଜୟ ଏବଂ ଏକମାତ୍ର ଝିଅ ତପସ୍ୱିନୀଙ୍କ ସମେତ ପରିବାରବର୍ଗ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଗୋଲାପ ବେହେରାଙ୍କ ପରଲୋକରେ ଢେଙ୍କିକୋଟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
