ପାଟଣା:୨୫/୮( ନଜର ଓଡ଼ିଶା) ଶ୍ରାବଣ ଶେଷ ସୋମବାର ଅବସରରେ ପାଟଣା ବ୍ଲକ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରମୁଖ ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଏବଂ କାଉଡ଼ିଆଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁ ଏତିହାସିକ ବୈତରଣୀ ନଦୀର ପବିତ୍ର ଅନୁସୂୟା ଘାଟରେ ହଜାର ହଜାର ଭକ୍ତ ବୁଡ଼ ପକାଇ ନିଷ୍ଠାର ସହ ସଂକଳ୍ପ କରି ଜଳ ଉଠାଇଥିଲେ। ଶ୍ରଦ୍ଧାଳୁମାନେ ନଦୀରୁ ଜଳ ଉଠାଇ ପଦଯାତ୍ରାରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ମନ୍ଦିରରେ ଜଳାଭିଷେକ କରିବା ସହ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ‘ହର ହର ମହାଦେବ’ ଏବଂ ବୋଲବମ୍ ଧ୍ୱନିରେ ସମଗ୍ର ଅଞ୍ଚଳ ତଥା ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପାଟଣା ଅଗ୍ନିଶମ ବାହିନୀ ଓ ପାଟଣା ପାଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରମୁଖ ଶୈବପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Blogger Comment
Subscribe to:
Post Comments (Atom)
