ଘର ମାଲିକକୁ ତାଲା ମାରି ଗୁହାଳରୁ ୫ ଛେଳି ଚୋରି
ପାଟଣା,୨୫(ଆପ୍ର): ପାଟଣା ଥାନା ଅଞ୍ଚଳ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ବାସିନ୍ଦା ପ୍ରଦ୍ୟୁମ୍ନ କୁମାର ମହାନ୍ତଙ୍କ ଘରୁ ରବିବାର ରାତି ୫ ଛେଳି ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଘର ମାଲିକକୁ ବାହାର ପଟୁ ତାଲା ମାରି ଗୁହାଳରୁ ଛେଳି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଜାତୀୟ ରାଜପଥ କଡ଼ରେ ପ୍ରଦ୍ୟୁମ୍ନଙ୍କ ଘର। ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ଗୁହାଳରେ ଥିବା ମୋଟ' ୧୭ଟି ଛେଳି ମଧ୍ୟରୁ ଚୋରମାନେ ବଡ଼ ବଡ଼ ୫ଟି ଛେଳି ନେଇ ଯାଇଛନ୍ତି। ଏଥିରେ ୩ ଟି ବଡ଼ ଖାସି ଓ ୨ ଟି ମାଈ ଛେଳି ଥିବା ପ୍ରଦ୍ୟୁମ୍ନ ଅଭିଯୋଗ କରିଛନ୍ତି। ସୋମବାର ସକାଳୁ ଏହି ଘଟଣା ଜଣା ପଡ଼ିବା ପରେ ପରିବାର ପକ୍ଷରୁ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଘର ନିକଟରେ ହାଲୁକା ଯାନର ଚକ ଚିହ୍ନ ପଡ଼ିଥିବାରୁ ଚୋର ମାନେ ଗାଡ଼ିରେ ଆସି ଚୋରି କରିଥିବା କୁହାଯାଉଛି। ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ସୁରାକ ମିଳି ପାରିନାହିଁ। ସୂଚନା ଥାଉକି, ପାଟଣା ଥାନା ଅଞ୍ଚଳରେ କିଛି ଦିନ ହେଲା କ୍ରମାଗତ ଭାବେ ଗୁହାଳରୁ ଛେଳି ଚୋରି ହେଉଛି। ପୁଲିସ ଛେଳି ଚୋରକୁ ଧରିବାରେ ବିଫଳ ହେଉଥିବାରୁ ଚୋର ମାନଙ୍କ ପ୍ରାର୍ଦୁଭାବ ବଢ଼ି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।6
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)

