ପାଟଣା ,୨୪/୮(ନଜର ଓଡ଼ିଶା)କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଶିବ ନାରାୟଣପୁର ଶାସନ ର ଜଣା ଶୁଣା ସମାଜସେବୀ ଈଶ୍ୱରଚନ୍ଦ୍ର ଦାଶ ଙ୍କ ଏକଦଶାହ ଅବସର ରେ ସୋମବାର ଶିବନାରାୟଣ ପୁର ଶାସନରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ କରଞ୍ଜିଆ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ପ୍ରାଧ୍ୟାପକ ଜଗନ୍ନାଥ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା। ସଭା ଆରମ୍ଭ ରେ ଦିବଙ୍ଗତ ଆତ୍ମା ର ସଦଗତି କାମନା କରି ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ର ସ୍ମୃତି ସଭାରେ ଗୀତାପାଠ କରିଥିବା ବେଳେ ପଣ୍ତିତ ନବକିଶୋର ଦାଶ ବେଦ ପାଠ କରିଥିଲେ।ଏହାପରେ ସ୍ମୃତି ସ୍ମରଣିକା କୁ ପ୍ରାଧ୍ୟାପକ ଶ୍ରୀ ଦାଶ, ୨ଜଣ ପଣ୍ତିତ, ପୁର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ଈଶ୍ୱର ଚନ୍ଦ୍ର ଙ୍କ ସାନ ଭାଇ ଇଂ ବିଦ୍ୟାଧର ଦାଶ, ପୁର୍ବତନ ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଈଂ ବିନୋଦ ବିହାରୀ ନାଏକ, ସଂଗ୍ରାମ ଦାସ, ସ୍ମରଣିକା ର ସଂପାଦକ ତଥା ଶିକ୍ଷକ ଚିନ୍ମୟ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବୀରକିଶୋର ଦାଶ ପ୍ରମୁଖ ଉନ୍ମୋଚନ କରିଥିଲେ। ପର୍ଶୁରାମ ପଣ୍ଡା, ମଦନ ମୋହନ ଦ୍ବିବେଦୀ, ସନାତନ ଦାଶ, ବଳଭଦ୍ର କର, ପ୍ରମୋଦ କୁମାର୍ ଭଞ୍ଜ ଦେଓ, ଚିନୁ ପ୍ରମୁଖ ସ୍ୱର୍ଗତ ଈଶ୍ୱର ଚଦ୍ର ଦାଶଙ୍କ ସ୍ମ୍ତତି ଚାରଣ କରିବା ସହ ଅଞ୍ଚଳ ର ଜଣେ ମୁରବିଙ୍କୁ ହରାଇଲା ବୋଲି ତାଙ୍କ ସ୍ମୃତିକୁ ମନେ ପକାଇଥିଲେ । କାର୍ଯ୍ୟ କ୍ରମ ରେ ଈଶ୍ୱର ଚନ୍ଦ୍ରଙ୍କ ପୁଅ ରଜତ ଦାଶ, ସୁବ୍ରତ ଦାଶ, ପୁତୁରା ବିବେକା ଦାଶ, ଅରବିନ୍ଦ ଦାଶ, ବୋହୁ,ପୁତୁରା ଓ ପୁତୁରା ବୋହୁ, ଝିଅ ଜୋଇଁ, ନାତି ନାତୁଣୀ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
Blogger Comment
Subscribe to:
Post Comments (Atom)
