ପାଟଣା, ୨୫।୮ (ନଜର ଓଡ଼ିଶା) କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମୁଷାଖୋରୀ ଆହାରବନ୍ଧ ନିକଟରୁ ସୋମବାର ପ୍ରାୟ ୧୦ ଫୁଟ୍ ଲମ୍ବର ଏକ ଅଜଗର ସାପକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ବାଡ଼ି ପଛପଟ କୁଟା ଭାଡ଼ିରେ ଅଜଗରଟି ଏକ କୁକୁଡ଼ା ଖାଉଥିବା ବେଳେ ପରିବାର ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଏମ୍ ଡି ୱାସିମ୍, ଅଟଳ ବିହାରୀ ସେଠୀ ଓ ମୁରଲୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅଜଗରଟିକୁ ନିକଟସ୍ଥ କାଶିଆ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
କେନ୍ଦୁଝର ପାଟଣା ରେଞ୍ଜ ମୂଷାଖୋରୀ ଆହାରବନ୍ଧରେ କୁକୁଡ଼ା ଗିଳୁଥିବା ଅଜଗର ଉଦ୍ଧାର।
Blogger Comment
Subscribe to:
Post Comments (Atom)
