ପାଟଣା ୨୪/୮ (ନଜରଓଡ଼ିଶା) ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଗ୍ରାମର ସିଜୁଆନାଳ ନିକଟରେ ପ୍ରସ୍ତାବିତ ଚିନ୍ମୟେଶ୍ବର ମହାଦେବଙ୍କ ମନ୍ଦିର ନିର୍ମାଣ ପାଇଁ ଆଜି ଆଧ୍ୟାତ୍ମିକ ପରିବେଶରେ ଭୂମୀ ପୂଜନ କରାଯାଇଛି। ସଂକଳ୍ପକାରୀ ତରଣୀସେନ ନାୟକ ଙ୍କ ଉପସ୍ଥିତି ରେ ପୂଜାପାଠ ପରେ ମନ୍ଦିର ନିର୍ମାଣ କାରିଗର କାହ୍ନୁ ଚରଣ ନାଏକ ଭୂମୀପୂଜା ଓ ଶିଳା ସ୍ଥାପନ କରିଥିଲେ।ଗ୍ରାମର ବାସିନ୍ଦା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ଙ୍କ ଉଦ୍ୟମ କ୍ରମେ ଏହି ମନ୍ଦିର ସ୍ଥାପନ ପାଇଁ ଶ୍ରାବଣ ଶେଷ ସୋମବାରରେ ଆଜି ଭୂମୀ ପୂଜନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅନାଦି ଚରଣ ମହାନ୍ତ, ରାଘବ ମହାନ୍ତ, ବାସୁଦେବ ନାୟକ, ଖଗେଶ୍ବର ନାୟକ ନରହରି ମହାନ୍ତ, ପ୍ରଦୀପ ନାୟକ, ତ୍ରିନାଥ ମହାନ୍ତ, ନବକିଶୋର ନାୟକ, କେତାଙ୍ଗ ଗ୍ରାମର ପ୍ରମୋଦ ନାୟକ, ଅଲେଖ ମହାନ୍ତ, ଷଡଙ୍ଗବାହାଳି ଗ୍ରାମର ହୃଷିକେଶ ମହାନ୍ତ, ରବି ନନ୍ଦନ ମହାନ୍ତ, ରଞ୍ଜନ କୁମାର ମହାନ୍ତ, ପ୍ରସନ୍ନ ମହାନ୍ତ, ସତ୍ୟବାନ ବେହେରା ପ୍ରମୁଖ ଭୂମୀ ପୂଜନ ରେ ସାମିଲ ରହି ମନ୍ଦିର ନିର୍ମାଣ ପାଇଁ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି।
Blogger Comment
Subscribe to:
Post Comments (Atom)
