ପାରିବାରିକ କଳହରୁ ଅଭାବନୀୟ ହତ୍ୟାକାଣ୍ଡ: ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ପୁଅର ଆତ୍ମସମର୍ପଣ
News Summary
କେନ୍ଦୁଝର ତୁରୁମୁଙ୍ଗା ଥାନା ନୁଆଖମଣ ଗ୍ରାମରେ ପାରିବାରିକ କଳହକୁ ନେଇ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ। ଅଭିଯୁକ୍ତ ପୁଅ ଥାନାରେ ଆତ୍ମସମର୍ପଣ କରିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା: ୯/୯: ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲାରେ ଘଟିଛି ଅଭାବନୀୟ ହତ୍ୟାକାଣ୍ଡ। ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପୁଅ ଶ୍ରୀକାନ୍ତ ମୁଣ୍ଡା ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ବାପା ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଠେଙ୍ଗା ମାଡ଼ରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ ମୁଣ୍ଡା ତୁରୁମୁଙ୍ଗା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି।ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
Tags:ଅପରାଧ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
