ତୁରୁମୁଙ୍ଗାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍-ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ୍ ଚାଳକ ମୃତ
News Summary
ତୁରୁମୁଙ୍ଗାରେ ବସ୍-ବାଇକ୍ ଧକ୍କା, ବାଇକ୍ ଚାଳକ ଚନ୍ଦ୍ରମୋହନ ବାରିକଙ୍କ ମୃତ୍ୟୁ। ତୁରୁମୁଙ୍ଗା ପୁଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା: ୨୭/୯କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଡୁମୁରିଗୋଡ଼ା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ କରଞ୍ଜିଆ ଥାନା ଅନ୍ତର୍ଗତ ଘୋଷଦା ଗ୍ରାମର ଚନ୍ଦ୍ରମୋହନ ବାରିକ (୫୫)। ଦୁର୍ଘଟଣାରେ ଚନ୍ଦ୍ରମୋହନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାର ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଯାତ୍ରୀବାହୀ ବସ୍କୁ ଜବତ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ କେସ୍ ନମ୍ବର ୨୫୫/୨୦୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ଆବଶ୍ୟକ ତଦନ୍ତ କରିବା ସହ କେନ୍ଦୁଝରରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ତୁରୁମୁଙ୍ଗା ଓ ଘୋଷଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।
Tags:Breaking News
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।