ଝାଡ଼େଶ୍ଵର ମନ୍ଦିରରେ ବିଶ୍ୱଗୁରୁ ବାୟାବାବାଙ୍କ ଜନ୍ମଦିନ ପାଳିତ
News Summary
ଘସିପୁରା ଝାଡ଼େଶ୍ଵର ମନ୍ଦିରରେ ବାୟାବାବାଙ୍କ ଜନ୍ମଦିନ ପାଳିତ; ପୂଜାର୍ଚ୍ଚନା ଓ ଭଜନ-କୀର୍ତ୍ତନରେ ଭକ୍ତଙ୍କ ସମାଗମ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘସିପୁରା:୨୭/୯:କେନ୍ଦୁଝର ଜିଲ୍ଲା ଘସିପୁରାସ୍ଥିତ ଝାଡ଼େଶ୍ଵର ମନ୍ଦିର ପରିସରରେ ଅନନ୍ତବ୍ରତ ଅବସରରେ ବିଶ୍ୱଗୁରୁ ବାୟାବାବାଙ୍କ ଜନ୍ମଦିନ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।ଝାଡ଼େଶ୍ଵର ମଠର ମଠାଧୀଶ ପ୍ରଫୁଲ୍ଲାନନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଅନନ୍ତବ୍ରତ କାର୍ଯ୍ୟକ୍ରମରେ ବିଶ୍ୱଗୁରୁ ବାୟାବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ପୂଜକ ଅନ୍ତର୍ଯ୍ୟାମୀ ଦାସ, ପୂଜକ କୃଷ୍ଣ ଶତପଥୀ, ସୁଦାମ ଚରଣ ପଣ୍ଡା, ରବୀନ୍ଦ୍ର ପଣ୍ଡା ଓ ମାତାଜୀ ସ୍ନେହଲତା ପୃଷ୍ଟି ପ୍ରମୁଖ ଯୋଗଦେଇ ବିଶ୍ୱଗୁରୁ ବାୟାବାବାଙ୍କ ସ୍ମୃତିଚାରଣ କରିଥିଲେ।କାର୍ଯ୍ୟକ୍ରମରେ ଭଜନ ଓ କୀର୍ତ୍ତନ ପରିବେଷଣ ସହ ନଗର ପରିକ୍ରମା କରାଯାଇଥିଲା। ଲୋକନାଥ ସାହୁଙ୍କ ସହଯୋଗରେ ଝାଡ଼େଶ୍ଵର ମନ୍ଦିର ପରିସରରେ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଅନନ୍ତବ୍ରତ କାର୍ଯ୍ୟକ୍ରମର ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇଥିଲା।ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଝାଡ଼େଶ୍ଵର କମିଟିର ଟୁକୁନ ସାହୁ, ନିରଞ୍ଜନ ସାହୁ, ଜୀବନ ସାହୁ, ମୁନା ପଣ୍ଡା, ଅନ୍ତର୍ଯ୍ୟାମୀ ଦାଶ, କାହ୍ନୁ ଚରଣ ସାହୁ, ନରହରି ସାହୁ, ଅନାମ ଚରଣ ସାହୁ, ବିଶ୍ଵନାଥ ସାହୁ, ଲୋକନାଥ ସାହୁ, ହଳଧର ସାହୁ, ଫଗୁ ଦେହୁରୀ, ପ୍ରଶାନ୍ତ ସାହୁ, ରମେଶ ଖୁଣ୍ଟିଆ, ମଧୁସୂଦନ ସାହୁ, ଟୁଟୁ ନାୟକ, ମଧୁସୂଦନ ଖଟୁଆ, ବିଦ୍ୟାଧର ଖଟୁଆ, ଶୁଭମ୍ ନାୟକ, ମାମା ସାହୁ, ଚକ୍ରଧର ସାହୁ ଓ ଭାବଗ୍ରାହୀ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଧାର୍ମିକ ପରିବେଶ ମଧ୍ୟରେ ଅନନ୍ତବ୍ରତ ଓ ବିଶ୍ୱଗୁରୁ ବାୟାବାବାଙ୍କ ଜନ୍ମଦିନ ପାଳନ ହେବାରୁ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)