ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ହୋ ଭାଷା ସୁରକ୍ଷା ପାଇଁ ଢେଙ୍କିକୋଟରେ ସଚେତନତା ଶୋଭାଯାତ୍ରା

News Summary

କେନ୍ଦୁଝର ଢେଙ୍କିକୋଟରେ ହୋ ସମାଜ ପକ୍ଷରୁ ହୋ ଭାଷା ସୁରକ୍ଷା ଓ ସାମାଜିକ ସଚେତନତା ଶୋଭାଯାତ୍ରା। ୨୦୨୭ ଜନଗଣନା, ଶିକ୍ଷା, ନିଶା ନିବାରଣ ଓ ବାଲ୍ୟ ବିବାହ ବିରୋଧରେ ସଚେତନତା।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୨୭/୯: ମାତୃଭାଷା ଏକ ସମାଜର ପରିଚୟ, ସଂସ୍କୃତି ଓ ପରମ୍ପରାର ମୁଖ୍ୟ ଆଧାର। ନିଜ ମାତୃଭାଷା ‘ହୋ’ର ସୁରକ୍ଷା, ପ୍ରଚାର-ପ୍ରସାର ଏବଂ ସାମାଜିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଜୋନରେ ହୋ ସମାଜ ପକ୍ଷରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରାରେ ହୋ ଭାଷାର ସୁରକ୍ଷା ସହ ବାଲ୍ୟ ବିବାହ ରୋକିବା, ନିଶା ନିବାରଣ, ଅନ୍ଧବିଶ୍ୱାସ ଦୂରୀକରଣ ଏବଂ ଶିକ୍ଷାର ପ୍ରସାର ଭଳି ବିଭିନ୍ନ ସାମାଜିକ ପ୍ରସଙ୍ଗ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।ଢେଙ୍କିକୋଟ ଅଞ୍ଚଳର ମୁଦ୍ରାବେଡା ଗ୍ରାମରୁ ଏହି ସଚେତନତା ରାଲି ବାହାରି ରାମଚନ୍ଦ୍ରପୁର, ଭୋଳବେଡା, ତୋରାଣିପୋଖରୀ, ପିପିଳିଆ, କଟରାବେଡା, ଖଣ୍ଟଘର, କାଶିବେଡା, ଢେଙ୍କିକୋଟ ଓ ସାନ୍ତରାପୁର ଦେଇ ବାରାହଟିପୁରାରେ ପହଞ୍ଚି ଶେଷ ହୋଇଥିଲା। ରାଲିରେ ହୋ ସମାଜର ସଦସ୍ୟଙ୍କ ସହ ବିଭିନ୍ନ ପଞ୍ଚାୟତ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ।ବିଶେଷକରି ଆଗାମୀ ୨୦୨୭ ଜନଗଣନାକୁ ଦୃଷ୍ଟିରେ ରଖି ନିଜ ମାତୃଭାଷା ‘ହୋ’ ଓ ଜାତି ‘ହୋ’କୁ ନିଜର ଭାଷା ଓ ଜାତି ଭାବେ ଚିହ୍ନଟ କରିବା ନେଇ ସମାଜରେ ସଚେତନତା ବଢ଼ାଇବା ଉପରେ ରାଲିରେ ଗୁରୁତ୍ୱ ଦିଆଯାଇଥିଲା।ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତେ ଏକଜୁଟ ହୋଇ ସଚେତନ ହେବାକୁ ରାଲି ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା। ଏଥିସହ ସମାଜରେ ରହିଥିବା ବିଭିନ୍ନ ସାମାଜିକ ସମସ୍ୟା ନେଇ ମଧ୍ୟ ସଚେତନତା ବାର୍ତ୍ତା ଦିଆଯାଇଥିଲା।ବାଲ୍ୟ ବିବାହ ରୋକିବା, ନିଶା ସେବନରୁ ଦୂରେଇ ରହିବା, ଅନ୍ଧବିଶ୍ୱାସକୁ ପରିତ୍ୟାଗ କରିବା ଏବଂ ଶିକ୍ଷାର ପ୍ରସାର କରିବା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଓ ସଚେତନତାର ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଏହି ସଚେତନତା ରାଲିରେ ହୋ ସାମାଜ ବ୍ଲକ ଉପଦେଷ୍ଟା ପାଣ୍ଡବ ଚାତମା, ସଭାପତି ପ୍ରହଲ୍ଲାଦ ଗାଗରାଇ, ସମ୍ପାଦକ ସୁଶାନ୍ତ କୁମାର ବାନରା, ଶୁକଦେବ ବଦ୍ରା, ରାମେଶ୍ୱର ସଏ, ଗୋବିନ୍ଦ ବାନ୍ଦିଆ, ମାନସିଂହ ତିଓ, ସୁନିଲ କୁମାର ଜାରିକା, ବାମା ଚରଣ ପୁର୍ତ୍ତି, ଶରତ କୁମାର ପୁର୍ତ୍ତି, ବିଶିକେସନ ସଏ, ଚଗଲୁ ଗାଗରାଇ, ଟୁନା କେରେଇ, ବିମଳ କେରେଇ, ଜିତେନ୍ଦ୍ର ମୁଣ୍ଡା, କୃଷ୍ଣ ଚନ୍ଦ୍ର ମୁଣ୍ଡା, ଦିଲିପ୍ କୁମାର ମୁଣ୍ଡା ଓ ରଘୁନାଥ ମୁଣ୍ଡାଙ୍କ ସମେତ ବ୍ଲକ ଓ ପଞ୍ଚାୟତ କମିଟିର ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ।ହୋ ସମାଜ ପକ୍ଷରୁ କୁହାଯାଇଛି ଯେ, ମାତୃଭାଷା ‘ହୋ’ର ସୁରକ୍ଷା ଏବଂ ଭାଷା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଅଭିଯାନକୁ କ୍ରମେ ସମଗ୍ର କେନ୍ଦୁଝର ଜିଲ୍ଲାରେ ପହଞ୍ଚାଇବା ପାଇଁ ହୋ ସମାଜ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News



About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।